ଭୁବନେଶ୍ୱର: ଆରଏମଆରସିରେ ଅଗ୍ନିକାଣ୍ଡ

agnikanda

ଭୁବନେଶ୍ୱର: ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଆରଏମଆରସିରେ ଅଗ୍ନିକାଣ୍ଡ ଘଟିଛି । ଏଥିରେ ପ୍ରାୟ ଏକ କୋଟି ଟଙ୍କାର ଡିଏନ୍ଏ ସିକ୍ୟୁନସର ମେସିନ୍ ପୋଡି ଯାଇଛି । ନିଆଁ ଆରଏମଆରସିର ମସ୍କ୍ୟୁଟ ରିସର୍ଚ୍ଚ ୟୁନିଟରେ ଲାଗିଥିଲା। ଦିନ ପ୍ରାୟ ଗୋଟାଏ ବେଳେ ଏହି ଅଗ୍ନିକାଣ୍ଡ ହୋଇଥିବା ସୂଚନା ମିଳିଛି । ସର୍ଟ ସର୍କିଟ୍ ଯୋଗୁଁ ଏହି ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି । ଚନ୍ଦ୍ରଶେଖରପୁର ଅଗ୍ନିଶମ କେନ୍ଦ୍ରର ଦୁଇଟି ଗାଡି ନିଆଁ ଲିଭାଇଥିଲେ ।

Previous ArticleNext Article

Send this to a friend