ଡଙ୍ଗା ଗୋଟାଇବାକୁ ଯାଇ ୪ ବାଳକ ଓ ଜଣେ ବାଳିକା ବୁଡ଼ି ଗଲେ

balasore

ଭୁବନେଶ୍ୱର: ଆଜି କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ରାଜ୍ୟରେ ବିଭିନ୍ନ ସ୍ଥାନରେ ଜଳାଶୟ ଗୁଡ଼ିକରେ ଲୋକେ ପରମ୍ପରା ଅନୁଯାୟୀ ଡଙ୍ଗା ଭସାଇଥିଲେ।  ଆଉ ସେହି ଡଙ୍ଗା ଗୋଟାଇବାକୁ ଯାଇ ଆଜି ବିଭିନ୍ନ ସ୍ଥାନରେ ପୋଖରୀରେ ବୁଡି ୫ ଜଣ ବାଳକ ଓ ବାଳିକାଙ୍କ ମୃତ୍ୟୁ ଘଟିଛି।

ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ ଖରାସାହାପୁର ପଞ୍ଚାୟତ ବାଉଁଶଆଡିଆ ଗାଁରେ ପୋଖରୀରେ ବୁଡ଼ି ରବୀନ୍ଦ୍ର ଜେନାଙ୍କର ମୃତ୍ୟୁ ଘଟିଛି। ରବିନ୍ଦ୍ର ନିଜ ପୋଖରୀରେ ଡଙ୍ଗା ଗୋଟାଇବାକୁ ଯାଇଥିବେଳେ ପାଣିରେ ବୁଡି ଯାଇଥିଲେ। ଗ୍ରାମବାସୀ ଓ ପରିବାର ଲୋକେ ତାଙ୍କୁ ନିକଟସ୍ଥ ଗୋପାଳପୁର ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇ ଯାଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ସେହିପରି କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରାର ରଙ୍କାଳ ଓ ନିରାରାଳ ଗାଁରେ ଡଙ୍ଗା ଗୋଟାଇବାକୁ ଯାଇ ପୋଖରୀରେ ବୁଡ଼ି ଦୁଇ ଜଣ ବାଳକଙ୍କ ମୃତ୍ୟୁ ହୋଇଛି। ଜିଲ୍ଲାର ଆଳି ବ୍ଲକ୍‌ କଳଦିଆ ଗାଁରେ ମଧ୍ୟ ପୋଖରୀରେ ବୁଡ଼ି ଜଣେ ବାଳକର ମୃତ୍ୟୁ ଘଟିଛି।

ବାଲେଶ୍ୱର ଜିଲ୍ଲା ନୀଳଗିରି ବ୍ଲକ୍‌ ଛୋଟକାନପୁର ଗାଁ ପୋଖରୀରେ ୪ ବର୍ଷର ବାଳିକାଟିଏ ବୁଡ଼ି ପ୍ରାଣ ହରାଇଛି।

Previous ArticleNext Article

Send this to a friend