୧୦ରୁ ଭୁବନେଶ୍ୱରରୁ ବ୍ୟାଙ୍କକ୍‌ ଉଡ଼ିବ ଏୟାର ଇଣ୍ଡିଆ ବିମାନ

air india

ଭୁବନେଶ୍ୱର: ଭୁବନେଶ୍ୱର ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦରରୁ ବ୍ୟାଙ୍କକକୁ ସିଧା ଉଡ଼ାଣ କରିବ ଏୟାର ଇଣ୍ଡିଆ ବିମାନ। ଆସନ୍ତା ୧୦ ତାରିଖରୁ ବ୍ୟାଙ୍କକକୁ ସିଧା ଚଳାଚଳ କରିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱିଟ୍ ଜରିଆରେ ସୂଚନା ଦେଇଛନ୍ତି । ଏହି ସେବା ଆରମ୍ଭ ହେବା ଫଳରେ ବ୍ୟାଙ୍କକକୁ  ଦକ୍ଷିଣ ଏସିଆ ରାଷ୍ଟ୍ରଗୁଡ଼ିକ ସହ ପର୍ଯ୍ୟଟନ ଓ ବାଣିଜ୍ୟ ସମ୍ପର୍କ ବୃଦ୍ଧି ପାଇବ ବୋଲି ମୁଖ୍ୟମନ୍ତ୍ରୀ ଟ୍ୱିଟରେ ଉଲ୍ଲେଖ କରିଛନ୍ତି।

୨୦୧୦ ଅକ୍ଟୋବର ୩୧ତାରିଖରେ ଭୁବନେଶ୍ୱର ବିମାନ ବନ୍ଦରକୁ ଆନ୍ତର୍ଜାତିକ ବିମାନ ବନ୍ଦରର ମାନ୍ୟତା ମିଳିଥିଲା।  ୨୦୧୭ ଏପ୍ରିଲ ୨୬ ତାରିଖରେ ପ୍ରଥମେ ଅନ୍ତର୍ଜାତୀୟ ବିମାନ ସେବା ଭୁବନେଶ୍ୱରରୁ କୁଆଲାଲମ୍ପୁରକୁ ଆରମ୍ଭ ହୋଇଥିଲା।

Previous ArticleNext Article

Send this to a friend