ଅର୍ବାନ ମ୍ୟୁଜିୟମ୍ ପାଇଁ ଏଜି ଛକରୁ ଉଚ୍ଛେଦ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭୁବନେଶ୍ୱରରେ ପ୍ରତିଷ୍ଠା ହେବ ଭୁବନେଶ୍ୱର ଅର୍ବାନ ମ୍ୟୁଜିୟମ୍।  ଏଥିପାଇଁ ଚିହ୍ନିତ ହୋଇଥିବା ସ୍ଥାନକୁ ଅକ୍ତିଆରକୁ ନେଉଛି ଉଭୟ ବିଏମସି, ବିଡିଏ ଓ ଜିଏ ବିଭାଗ। ଦୀର୍ଘ ଦିନ ଧରି ବେଆଇନ ଭାବେ ରାଜଧାନୀ ଏଜି ଛକରେ ହୋଇଥିବା ନିର୍ମାଣକୁ ଭାଙ୍ଗି ନିଜ ଅକ୍ତିଆରକୁ ଆଣିଛନ୍ତି ରାଜ୍ୟ ସରକାର। ଦୀର୍ଘ ୩୦ ବର୍ଷର ଲଢେଇରେ ପଡିଲା ଜବନୀକା। ଭଙ୍ଗା ହେଲା ଏଜି ଛକ ନିକଟରେ ଥିବା ଇନ୍ଦିରା  ଇଂଲିସ୍ ମିଡିୟମ୍ ସ୍କୁଲ ସମେତ ନେହେରୁ […]

bhubaneswar arban houseing musam

bhubaneswar arban houseing musam

Rakesh Mallick
  • Published: Friday, 01 June 2018
  • Updated: 01 June 2018, 07:14 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭୁବନେଶ୍ୱରରେ ପ୍ରତିଷ୍ଠା ହେବ ଭୁବନେଶ୍ୱର ଅର୍ବାନ ମ୍ୟୁଜିୟମ୍।  ଏଥିପାଇଁ ଚିହ୍ନିତ ହୋଇଥିବା ସ୍ଥାନକୁ ଅକ୍ତିଆରକୁ ନେଉଛି ଉଭୟ ବିଏମସି, ବିଡିଏ ଓ ଜିଏ ବିଭାଗ। ଦୀର୍ଘ ଦିନ ଧରି ବେଆଇନ ଭାବେ ରାଜଧାନୀ ଏଜି ଛକରେ ହୋଇଥିବା ନିର୍ମାଣକୁ ଭାଙ୍ଗି ନିଜ ଅକ୍ତିଆରକୁ ଆଣିଛନ୍ତି ରାଜ୍ୟ ସରକାର।

ଦୀର୍ଘ ୩୦ ବର୍ଷର ଲଢେଇରେ ପଡିଲା ଜବନୀକା। ଭଙ୍ଗା ହେଲା ଏଜି ଛକ ନିକଟରେ ଥିବା ଇନ୍ଦିରା  ଇଂଲିସ୍ ମିଡିୟମ୍ ସ୍କୁଲ ସମେତ ନେହେରୁ ଯୁବ କେନ୍ଦ୍ରର କିଛି ଅଂଶ। ପ୍ରାୟ ଦେଢ ଏକରରୁ ଊର୍ଦ୍ଧ୍ୱ ଜାଗାକୁ ନିଜ ଅକ୍ତିଆରକୁ ନେଲେ ରାଜ୍ୟ ସରକାର। ଆଜି ସକାଳେ ସିନ୍ଦୁରା ଫାଟିବା ବେଳକୁ ବିଏମ୍‌ସି, ବିଡିଏ  ଓ ଜିଏ ବିଭାଗର ଅଧୀକାରୀଙ୍କ ଉପସ୍ଥିତିରେ ରାଜଧାନୀର ଏଜି ଛକରେ ଆରମ୍ଭ ହୋଇଯାଇଥିଲା ଉଚ୍ଛେଦ।  ଆଉ ଏହି ଉଚ୍ଛେଦରେ ନିୟୋଜିତ ହୋଇଥିଲା ୮ଟି ଜେସିବି, ୮ଟି ଟିପର, ୪ଟି ପୋକଲିନ୍ ମେସିନ୍ ଓ  ୪ଟି ଡମ୍ପର। କେବଳ ସେତିକି ନୁହଁ ବିଏମସି, ବିଡିଏ, ଜିଏ ଓ ଅଗ୍ନିଶମ ବିଭାଗ ସହ ୨୦୦ରୁ ଅଧିକ ପୋଲିସ ଅଧିକାରୀ ଉପସ୍ଥିତଥିଲେ। ଦୀର୍ଘ ୫ ଘଣ୍ଟା ଧରି ରାଜଧାନୀର ଏହି ଜନବହୁଳ ରାସ୍ତାରେ କରାଯାଥିଲା ଉଚ୍ଛେଦ ପ୍ରକ୍ରିୟା।

ସେପେଟ ବିଏମସି, ବିଡିଏ ଓ  ଜିଏ ବିଭାଗ ପକ୍ଷରୁ କରାଯାଉଥିବା ଏହି ଉଚ୍ଛେଦକୁ ବେଆଇନ୍ କହି ଗଣ୍ଡଗୋଳ କରିଥିଲେ ନେହେରୁ ଯୁବ କେନ୍ଦ୍ରର କର୍ମକର୍ତ୍ତା। ବିନା ନୋଟିସରେ କିଭଳି ଉଚ୍ଛେଦ କରାଯାଉଛି ତାହାକୁ ନେଇ ଦୀର୍ଘ ସମୟ ଧରି ବଚସା ହୋଇଥିଲା। ଉଭୟ ଗୋଷ୍ଠୀଙ୍କ ମଧ୍ୟରେ କୋର୍ଟ ଦେଇଥିବା ସମୟ ଶେଷ ହେବ। ପୂର୍ବରୁ କିଭଳି ବିଏମ୍‌ସି ପକ୍ଷରୁ ଏହି ଉଚ୍ଛେଦ କରାଯାଉଛି। ତେବେ ପୋଲିସର ହସ୍ତକ୍ଷେପ ପରେ ପୁଣି ଜାରି ରହିଥିଲା ଉଚ୍ଛେଦ ପ୍ରକ୍ରିୟା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos