ବିଗ୍‌ବଜାରରେ ୨୦୦୦ ଟଙ୍କା ପର୍ଯ୍ୟନ୍ତ ଉଠାଇହେବ

chitfund

ଭୁବନେଶ୍ୱର: ପେଟ୍ରୋଲ ପମ୍ପ ପରେ ବିଗବଜାରରେ ୨୦୦୦ ଟଙ୍କା ପର୍ଯ୍ୟନ୍ତ ଉଠାଇ ହେବ। ଡେବିଟ୍‌ କାର୍ଡ଼ ବ୍ୟବହାର କରି ଗ୍ରାହକମାନେ ଟଙ୍କା ଉଠାଇ ପାରିବେ। ଏ ସମ୍ପର୍କରେ ବିଗ୍‌ବଜାର କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ତଥାପି ବ୍ୟାଙ୍କ ଓ ଏଟିଏମ୍‌ ଆଗରେ ଧାଡ଼ି କମୁନି। ଏହାକୁ ନେଇ ଚିନ୍ତାରେ ପଡ଼ିଗଲେଣି ବ୍ୟାଙ୍କ କର୍ତ୍ତୃପକ୍ଷ।

ଅନ୍ୟପକ୍ଷରେ ଜରୁରୀକାଳିନ ସେବା ପାଇଁ ପୁରୁଣା ନୋଟ୍‌ ବ୍ୟବହାର ଶେଷ ତାରିଖ ଆଜି ଶେଷ ହେଉଛି। ପୂର୍ବରୁ ପେଟ୍ରୋଲ ପମ୍ପ, ଏଲ୍‌ପିଜି, ଔଷଧ ଦୋକାନ, ହସ୍ପିଟାଲ, ଟିକଟ ବୁକିଂ, ସରକାରୀ ଷ୍ଟୋରରୁ ଅତ୍ୟାବଶ୍ୟକ ସାମଗ୍ରୀ କିଣିବା, ଶ୍ମଶାନରେ ଶବ ଦାହ ପାଇଁ ପୁରୁଣା ନୋଟ୍‌ ଚଳିବ ବୋଲି ସରକାର ଘୋଷଣା କରିଥିଲେ।

Previous ArticleNext Article

Send this to a friend