ସକାଳ ୮ରେ ଆରମ୍ଭ ହେବ ଭୋଟ ଗଣନା

ଭୁବନେଶ୍ୱର(ଓଡିଶା ରିପୋର୍ଟର): ଆଉ କିଛି କ୍ଷଣର ପ୍ରତୀକ୍ଷା ପରେ ଆରମ୍ଭ ହେବ ଭୋଟ ଗଣନା। ବିଜେପୁରର ନିର୍ବାଚନରେ ଜନାଦେଶ କାହା ସପକ୍ଷରେ ଯାଇଛି, ସେ ନେଇ ଆରମ୍ଭ ହୋଇଛି ଅବଗଣନା।ପଦ୍ମପୁର ଅଞ୍ଚଳ କଲେଜରେ ସକାଳ ୮ଟାରେ ଆରମ୍ଭ ହେବାକୁ ଥିବା ଭୋଟ ଗଣନା ଲାଗି ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା ସରିଛି। ମତ ଗଣନା ପାଇଁ ୧୪ଟି ଟେବୁଲ  କରା ଯାଇଥିବା ବେଳେ ପ୍ରାୟ ୨୧ ରାଉଣ୍ଡ ଭୋଟ ଗଣତି ହେବ । ଗଣତି  ବେଳେ ମୁତୟନ […]

Khela-768x402

Khela-768x402

Rakesh Mallick
  • Published: Wednesday, 28 February 2018
  • Updated: 28 February 2018, 07:32 AM IST

ଭୁବନେଶ୍ୱର(ଓଡିଶା ରିପୋର୍ଟର): ଆଉ କିଛି କ୍ଷଣର ପ୍ରତୀକ୍ଷା ପରେ ଆରମ୍ଭ ହେବ ଭୋଟ ଗଣନା। ବିଜେପୁରର ନିର୍ବାଚନରେ ଜନାଦେଶ କାହା ସପକ୍ଷରେ ଯାଇଛି, ସେ ନେଇ ଆରମ୍ଭ ହୋଇଛି ଅବଗଣନା।ପଦ୍ମପୁର ଅଞ୍ଚଳ କଲେଜରେ ସକାଳ ୮ଟାରେ ଆରମ୍ଭ ହେବାକୁ ଥିବା ଭୋଟ ଗଣନା ଲାଗି ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା ସରିଛି।

ମତ ଗଣନା ପାଇଁ ୧୪ଟି ଟେବୁଲ  କରା ଯାଇଥିବା ବେଳେ ପ୍ରାୟ ୨୧ ରାଉଣ୍ଡ ଭୋଟ ଗଣତି ହେବ । ଗଣତି  ବେଳେ ମୁତୟନ ହେବେ ଗୋଟିଏ କମ୍ପାନୀ ଅର୍ଦ୍ଧ ସାମରିକ ବାହିନୀ ।  କଡ଼ା  ସୁରକ୍ଷା ଭିତରେ ଇଭିଏମ୍‌ଗୁଡିକ ରଖାଯାଇଛି । ବିଜେପୁରବାସୀ କାହା ମୁଣ୍ଡରେ ସୁନା  କଳସ ଢାଳିଛନ୍ତି, ତାହା ମଧ୍ୟାହ୍ନ ସୁଦ୍ଧା ସ୍ପଷ୍ଟ ହୋଇଯିବ । ଗତ ୨୪ ତାରିଖରେ  ଅନୁଷ୍ଠିତ ବିଜେପୁର ଉପ-ନିର୍ବାଚନରେ ପ୍ରାୟ ୮୨ ପ୍ରତିଶତ ମତଦାନ ହୋଇଥିଲା । ନିର୍ବାଚନର ରଣାଙ୍ଗନରେ ଅନେକ ପ୍ରାର୍ଥୀ ହୋଇଥିବା ବେଳେ  ମୁଖ୍ୟତଃ ବିଜେଡି ପ୍ରାର୍ଥୀ ରୀତା ସାହୁ, ବିଜେପି ପ୍ରାର୍ଥୀ ଅଶୋକ ପାଣିଗ୍ରାହୀ  ଏବଂ କଂଗ୍ରେସରୁ ପ୍ରଣୟ ସାହୁଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦିତା ହୋଇଛି  ତେଣୁ ତିନି  ପ୍ରମୁଖ ଦଳର ପ୍ରାର୍ଥୀ ଫଳାଫଳକୁ ଅପେକ୍ଷା କରି ରହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos