ବିଜେପୁରରେ ବିଜେପିର ମେଗା ଶୋ’

ବରଗଡ଼ (ଓଡ଼ିଶା ରିପୋର୍ଟର): ବିଜେପୁର ଉପନିର୍ବାଚନ ଯେତିକି ପାଖେଇ ଆସୁଛି ରାଜନୈତିକ ଉଷ୍ମତା ସେତେ ବଢ଼ିବାରେ ଲାଗିଛି। ଆଜି ପ୍ରଚାର ବେଳେ ବିଜେପି ନିଜର ଶକ୍ତି ପ୍ରଦର୍ଶନ କରିଛି। ରୋଡ୍ ଶୋ’ ଓ ସଭାସମିତି କରି ଆଜି ଦଳୀୟ ପ୍ରାର୍ଥୀ ଅଶୋକ ପାଣିଗ୍ରାହୀଙ୍କ ଲାଗି ମାରାଥନ ପ୍ରଚାର କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଗାଇସିଲଟ ବ୍ଲକ ଗୁଡେରପାଲିରେ ସାଧାରଣ ସଭା କରି ଭୋଟ ମାଗିଥିଲେ ଧର୍ମେନ୍ଦ୍ର। ଏହାପରେ ସେ ଭତିଗାଁ, ବାଦିପାଲି, ତାଲପଦର, ଏମ୍ ସିଙ୍ଗିଡା ଭଳି ୧୦ଟି ସ୍ଥାନରେ ସଭା ଓ ରୋଡ୍ ଶୋ’ କରିଥିଲେ। ଏହି ଅବସରରେ ଦଳୀୟ ପ୍ରାର୍ଥୀ ଅଶୋକଙ୍କୁ ଜିତାଇବା ଲାଗି ଭୋଟରଙ୍କୁ ସେ ନିବେଦନ କରିଥିଲେ।

ସେହିପରି ବିଜେଡି ମଧ୍ୟ ପ୍ରଚାର ଅଭିଯାନକୁ ଜୋରଦାର କରିଛି। ବିଜେଡି ଦଳୀୟ ପ୍ରାର୍ଥୀ ରୀତା ସାହୁଙ୍କ ଲାଗି ପ୍ରଚାର କରିବାକୁ ଆଜି ବିଜେପୁରରେ ପହଞ୍ଚିଥିଲେ ମନ୍ତ୍ରୀ ସୁଶାନ୍ତ ସିଂହ ଓ ବିଧାୟକ ଅରୁଣ ସାହୁ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ରାଜ୍ୟର ବିକାଶ ଧାରା ଜାରି ରହିଛି। ବିଜେପୁରର ବଜେଡି ଜିତିଲେ ହିଁ ଏହି ଅଞ୍ଚଳର ଦ୍ରୁତ ବିକାଶ ହେବ ବୋଲି ପ୍ରତିଶ୍ରୁତି ଦେଇ ଭୋଟ ମାଗୁଛନ୍ତି ଦଳୀୟ ପ୍ରାର୍ଥୀ ରୀତା ସାହୁ।

ଅନ୍ୟପକ୍ଷରେ କଂଗ୍ରେସର ପ୍ରଚାରରେ ଜାକଜମକ ଦେଖିବାକୁ ମିଳି ନଥିଲା। ନେତା, ଅଭିନେତା ଓ ଷ୍ଟାର କ୍ୟାମ୍ପେନରଙ୍କୁ ନେଇ ବିଜେପି, ବିଜେଡି ପ୍ରଚାର କରୁଥିବା ବେଳେ କଂଗ୍ରେସର ଗଡ଼ ବଞ୍ଚାଇବାକୁ ଏକାକୀ ମଇଦାନକୁ ଓହ୍ଲାଇଛନ୍ତି ଦଳୀୟ ପ୍ରାର୍ଥୀ ପ୍ରଣୟ ସାହୁ। ସାଙ୍ଗରେ କେହି ମହାଯୋଦ୍ଧା ନଥିଲେ ବି ପ୍ରଣୟଙ୍କ ମନୋବଳ ଦୃଢ଼ ରହିଛି। ସେ କହିଛନ୍ତି ସ୍ଥାନୀୟ ଅଞ୍ଚଳର କର୍ମୀ ଓ ଜନସାଧାରଣ ତାଙ୍କର ଷ୍ଟାର କ୍ୟାମ୍ପେନର। ଘରରୁ ଘରକୁ ଯାଇ ଲୋକଙ୍କୁ ଭେଟିବା ସହ କଂଗ୍ରେସକୁ ଜିତାଇବାକୁ ନିବେଦନ କରୁଛି।

Ordigital Desk
• Published: Sunday, 11 February 2018
• Updated: 11 February 2018, 09:32 PM IST

Sports

Latest News

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos