ଇଭିଏମ୍‌ରେ ସିଲ୍‌ ହେଲା ପ୍ରାର୍ଥୀଙ୍କ ଭାଗ୍ୟ, ୨୮ରେ ଫଳାଫଳ

ଭୁବନେଶ୍ୱର/ବରଗଡ଼(ଓଡ଼ିଶା ରିପୋର୍ଟର): ସରିଲା ବିଜେପୁର ମତଦାନ। ଇଭିଏମ୍‌ରେ ସିଲ୍ ହୋଇଯାଇଛି ପ୍ରାର୍ଥୀଙ୍କ ଭାଗ୍ୟ। ବିଜେପୁର ବିଧାନସଭା ଆସନ ପାଇଁ ହୋଇଥିବା ଏହି ଉପନିର୍ବାଚନରେ ସଂଧ୍ୟା ୫ଟା ସୁଦ୍ଧା ୭୨ ପ୍ରତିଶତ ମତଦାନ ହୋଇଛି। ଗତ କିଛି ଦିନ ହେଲା ରାଜ୍ୟ ରାଜନୈତିକ ପାଣିପାଗକୁ ଉଷ୍ମ ରଖିଥିବା ବିଜେପୁର ବାଜି କିଏ ମାରୁଛି ତାହା ୨୮ ତାରିଖରେ ଜଣାପଡ଼ିବ। ରାଜ୍ୟରେ ପ୍ରଥମ ଥର ପାଇଁ ଏହି ନିର୍ବାଚନରେ ଭିଭିପାଟ୍ ମେସିନ୍ ବ୍ୟବହାର କରାଯାଇଥିବା ବେଳେ ଭୋଟ୍‌ ଗ୍ରହଣ ମୋଟାମୋଟି […]

s333

s333

Rakesh Mallick
  • Published: Saturday, 24 February 2018
  • Updated: 24 February 2018, 09:38 PM IST

ଭୁବନେଶ୍ୱର/ବରଗଡ଼(ଓଡ଼ିଶା ରିପୋର୍ଟର): ସରିଲା ବିଜେପୁର ମତଦାନ। ଇଭିଏମ୍‌ରେ ସିଲ୍ ହୋଇଯାଇଛି ପ୍ରାର୍ଥୀଙ୍କ ଭାଗ୍ୟ। ବିଜେପୁର ବିଧାନସଭା ଆସନ ପାଇଁ ହୋଇଥିବା ଏହି ଉପନିର୍ବାଚନରେ ସଂଧ୍ୟା ୫ଟା ସୁଦ୍ଧା ୭୨ ପ୍ରତିଶତ ମତଦାନ ହୋଇଛି। ଗତ କିଛି ଦିନ ହେଲା ରାଜ୍ୟ ରାଜନୈତିକ ପାଣିପାଗକୁ ଉଷ୍ମ ରଖିଥିବା ବିଜେପୁର ବାଜି କିଏ ମାରୁଛି ତାହା ୨୮ ତାରିଖରେ ଜଣାପଡ଼ିବ। ରାଜ୍ୟରେ ପ୍ରଥମ ଥର ପାଇଁ ଏହି ନିର୍ବାଚନରେ ଭିଭିପାଟ୍ ମେସିନ୍ ବ୍ୟବହାର କରାଯାଇଥିବା ବେଳେ ଭୋଟ୍‌ ଗ୍ରହଣ ମୋଟାମୋଟି ଶାନ୍ତିପୂର୍ଣ୍ଣ ରହିଥିଲା।

ବିଜେପୁର, ବରପାଲି, ଗାଈସିଲାଟ ବ୍ଳକ୍ ଓ ବରପାଲି ଏନ୍ଏସିରେ ଉପନିର୍ବାଚନ ପାଇଁ ଭୋଟରଙ୍କ ମଧ୍ୟରେ ଉତ୍ସାହ। ଭିନ୍ନକ୍ଷମ, ବୟସ୍କ, ଯୁବା ଭୋଟରମାନେ ନିଜର ମତଦାନ ସାବ୍ୟସ୍ତ ପାଇଁ ସମସ୍ତଙ୍କ ଭିତରେ ଥିଲା ନାହିଁ ନଥିବା ଜୋସ ଦେଖିବାକୁ ମିଳୁଛି। ଭୋଟରମାନେ ମତଦାନ ପାଇଁ ସକାଳୁ ସକାଳୁ ପୋଲିଂ ବୁଥ୍‌ରେ ଲଗାଇଥିଲେ ଲାଇନ୍। ହାତରେ ଧରିଥିଲେ ଭୋଟ୍ ପରିଚୟ ପତ୍ର। ସକାଳ ୭ଟାରେ ଆରମ୍ଭ ହୋଇଥିଲା ଭୋଟିଂ।

କେଉଁ ପ୍ରାର୍ଥୀ କେଉଁଟି ମତଦାନ କଲେ

ବିଜେଡି ପ୍ରାର୍ଥୀ ରୀତା ସାହୁ ବରପାଲି ବ୍ଲକର ୧୯ ନମ୍ବର ବୁଥ୍‌କୁ ଯାଇ ମତଦାନ କରିଥିଲେ। ବିଜେପି ପ୍ରାର୍ଥୀ ଅଶୋକ ପାଣିଗ୍ରାହୀ ବରପାଲିର ଧୀରପୁରରେ ଓ କଂଗ୍ରେସ ପ୍ରାର୍ଥୀ ପ୍ରଣୟ ସାହୁ ଗାଈସିଲାଟ ବ୍ଲକ ବୁରୋମୁଣ୍ଡାର ୨୦୭ ନମ୍ବର ବୁଥ୍‌ରେ ଭୋଟ୍ ଦେଇଥିଲେ। ମୈଦାନରେ ୧୩ ଜଣ ପ୍ରାର୍ଥୀ ରହିଥିଲେ ବି ମୁଖ୍ୟ ପ୍ରତିଦ୍ୱନ୍ଦ୍ୱିତା ଏହି ୩ ଜଣଙ୍କ ମଧ୍ୟରେ ହେଉଛି।

ଶାନ୍ତିପୂର୍ଣ୍ଣ ଭାବେ ସରିଲା ମତଦାନ

କିଛି ବୁଥ୍‌ରେ ଇଭିଏମ୍ ଓ ଭିଭିପାଟ୍ ମେସିନ୍‌ରେ ତ୍ରୁଟି ଯୋଗୁଁ ମତଦାନ କିଛି ସମୟ ପାଇଁ ବାଧାପ୍ରାପ୍ତ ହୋଇଥିଲା। ସେହିପରି କାଁଭାଁ ଗଣ୍ଡଗୋଳକୁ ଛାଡ଼ିଥିଲେ ଭୋଟ୍‌ଗ୍ରହଣ ମୋଟାମୋଟି ଶାନ୍ତିପୂର୍ଣ୍ଣ ଭାବେ ଶେଷ ହୋଇଛି। ୫ କମ୍ପାନୀ କେନ୍ଦ୍ରୀୟ ଅର୍ଦ୍ଧସାମରିକ ବାହିନୀ, ୩୬ ପ୍ଲାଟୁନ୍ ପୋଲିସ୍, ୧୨ଟି ସ୍କ୍ୱାଡ଼, ୪୦ଟି ମୋବାଇଲ୍ ପାର୍ଟି ମୁତୟନ ହୋଇଥିଲେ। ମୋଟ୍ ୨୮୧ଟି ବୁଥ୍‌ ମଧ୍ୟରୁ ୧୫୫କୁ ସମ୍ୱେଦନଶୀଳ ବୁଥ୍ ଭାବେ ଘୋଷଣା କରାଯାଇଥିଲା। ୨୦ଟି ବୁଥ୍‌ରେ ସିସିଟିଭି ମନିଟରିଂ ଓ ୨୦ଟି ବୁଥ୍‌ରେ ୱେବ୍ କାଷ୍ଟିଂ କରାଯାଇଥିଲା।

ନିର୍ଦ୍ଧାରିତ ସମୟ ୫ଟା ପରେ ମଧ୍ୟ ଲାଇନ୍‌ରେ ଥିବା ଭୋଟରଙ୍କୁ ଭୋଟ ଦାନର ସୁଯୋଗ ପାଇଥିଲେ। ମତଦାନ ସରିବା ପରେ ଇଭିଏମ୍‌ ଗୁଡ଼ିକୁ ପଦ୍ମପୁର ଅଞ୍ଚଳ ମହାବିଦ୍ୟାଳୟରେ ହୋଇଥିବା କାଉଣ୍ଟିଂ ସେଣ୍ଟରକୁ ନିଆଯାଉଛି। ଏଥିପାଇଁ ଏକ କଂପାନୀ କେନ୍ଦ୍ରୀୟ ଅର୍ଦ୍ଧସାମରିକ ବାହିନୀର କଡ଼ା ପହରାରେ ସେଠାରେ ହୋଇଥିବା ଷ୍ଟ୍ରଙ୍ଗ ରୁମ୍‌ରେ ଇଭିଏମ୍‌ ଗୁଡ଼ିକୁ ରଖାଯାଉଛି। ଆସନ୍ତା ୨୮ ତାରିଖରେ ଭୋଟ୍ ଗଣତି ହେବ। ସେହିଦିନ ସ୍ପଷ୍ଟ ହେବ ବିଜେପୁର ବାଜି କିଏ ମାରିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos