ବିଜେଡି କର୍ମୀ ଓ ନେତାଙ୍କ ଦ୍ୱାରା ପରିଚାଳିତ ହେଉଛି ‘ବିଜୁ ଯୁବ ବାହିନୀ’!

କଟକ (ଓଡ଼ିଶା ରିପୋର୍ଟର): ଯୁବ ବର୍ଗଙ୍କୁ ସଶକ୍ତ ଓ ସକ୍ଷମ କରିବା ଉଦ୍ଦେଶ୍ୟରେ ରାଜ୍ୟ ସରକାର ଗଢିଛନ୍ତି ‘ବିଜୁ ଯୁବ ବାହିନୀ’। ଏହା ରାଜ୍ୟ ସରକାରଙ୍କ କ୍ରୀଡ଼ା ଓ ଯୁବ ବ୍ୟାପାର ବିଭାଗ ଦ୍ୱାରା ପରିଚାଳିତ ହେବ ବୋଲି ନିଷ୍ପତ୍ତି ନିଆଯାଇଥିଲା। ସବୁ କିଛି ସରକାରୀ ଅଧିକାରୀ କରିବା ସହ ଏଥିରେ ରାଜନୈତିକ ହସ୍ତକ୍ଷେପ ରହିବନି ବୋଲି ମଧ୍ୟ କୁହାଯାଇଥିଲା। ହେଲେ ଏବେ ଏହା ବିଜେଡି କର୍ମୀ ଓ ନେତାଙ୍କ ଦ୍ୱାରା ପରଚାଳିତ ହେଉଥିବା ଅଭିଯୋଗ ଉଠିଛି।

ରିପୋର୍ଟ ମୁତାବକ, କଟକ ମଙ୍ଗଳାବାଗ ୩୨ ନମ୍ବର ଓ୍ୱାର୍ଡର ଗଠନ ହୋଇଥିଲା ‘ବିଜୁ ଯୁବ ବାହିନୀ’। ସମାଜସେବା କରିବାର ସ୍ୱପ୍ନ ନେଇ ସ୍ଥାନୀୟ ଅଞ୍ଚଳର ଶେଖ ଆକିବ ମହମ୍ମଦ ଏଥିରେ ସାମିଲ ହୋଇଥିଲେ। ପରେ ବନ୍ଧୁ ଶେଖ ଅବଦୁଲ ନସୀମ ମଧ୍ୟ ତାଙ୍କ ସହ ଆଗକୁ ଆସିଥିଲେ। ଏହାପରେ ଆକିବ ହୋଇଥିଲେ ସଭାପତି ଓ ନସୀମ ହେଲେ କୋଷାଧ୍ୟକ୍ଷ।  ହେଲେ ଏମାନଙ୍କ ସ୍ୱପ୍ନରେ ଏବେ ଅନ୍ଧାରୀ ବାଦଲ ଛାଇଯାଇଛି। ବିଜେଡି ଛାତ୍ର ଜନତା ଦଳ ରାଜ୍ୟ କାର୍ଯ୍ୟକାରୀ ସଭାପତିଙ୍କ ନିର୍ଦ୍ଦେଶ କ୍ରମେ ଯୁବ ବାହିନୀ ଭାଙ୍ଗି ଦିଆଯାଇଥିବା ଅଭିଯୋଗ କରିଛନ୍ତି ଉଭୟ। ଏଥିସହ ଏହା ଏକ ଦଳୀୟ କାର୍ଯ୍ୟକ୍ରମ ହୋଇଯାଇଛି ବୋଲି ଅଭିଯୋଗ ଉଠାଇଛନ୍ତି।

କ୍ରୀଡ଼ା ଓ ଯୁବ ବ୍ୟାପାର ବିଭାଗୀୟ ଅଧିକାରୀଙ୍କ ଉପସ୍ଥିତିରେ ଗତ ଏପ୍ରିଲ ୧୮ରେ ଏକ କମିଟି ଗଠନ କରାଯାଇଥିଲା। କମିଟି ପାଇଁ ବ୍ୟାଙ୍କ ଆକାଉଣ୍ଟ ମଧ୍ୟ ଖୋଲାଯାଇଥିଲା।  କିଛି ଦିନ ନଯାଉଣୁ, ଏହି କମିଟିକୁ ଭାଙ୍ଗି ଦିଆଯାଇଥିବା ଅଭିଯୋଗ ହୋଇଛି। ଏହାସହ ବିଜେଡି ନେତା ଓ କର୍ମୀଙ୍କ ଉପସ୍ଥିତିରେ ୩୨ ନମ୍ବର ୱାର୍ଡର ‘ବିଜୁ ଯୁବ ବାହିନୀ’ ବୈଠକ କରାଯାଇଛି। ବୈଠକରେ ବିଜେଡି ନେତା, କର୍ପୋରେଟର, ପୂର୍ବତନ କର୍ପୋରେଟର ପ୍ରମୁଖ ଯୋଗଦେଇଥିଲେ। କେବଳ ଏହି ଗୋଟିଏ ୱାର୍ଡ ନୁହେଁ, ଅନ୍ୟ ୱାର୍ଡରେ ମଧ୍ୟ ସମାନ ଅବସ୍ଥା। ଅନ୍ୟପକ୍ଷରେ ଏପରି ଅଭିଯୋଗ ସମ୍ପୂର୍ଣ୍ଣ ମିଥ୍ୟା ବୋଲି କହିଛନ୍ତି ବିଜେଡି ଛାତ୍ର ଜନତା ଦଳ ରାଜ୍ୟ କାର୍ଯ୍ୟକାରୀ ସଭାପତି ଦେବୀ ରଞ୍ଜନ ତ୍ରିପାଠୀ।

Ordigital Desk
• Published: Sunday, 13 May 2018
• Updated: 13 May 2018, 08:01 PM IST

Sports

Latest News

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos