ଅସୁସ୍ଥ ଥିଲେ; ହେଲେ ଆଜି କାହିଁକି କଟକ ଆସୁଛନ୍ତି ବିପାଶା?

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କିଛି ଦିନ ତଳେ ଅଭିନେତ୍ରୀ ବିପାଶା ବସୁ ଅସୁସ୍ଥ ଥିବା ନେଇ ଖବର ଆସିଥିଲା। ତାଙ୍କ ଶ୍ୱାସନଳୀରେ ସମସ୍ୟା ଦେଖା ଦେଇଥିଲା। ନିଶ୍ୱାସପ୍ରଶ୍ୱାସ ନେବାରେ ତାଙ୍କୁ ସମସ୍ୟା ହେଉଥିଲା। ତେଣୁ ତାଙ୍କୁ ମୁମ୍ବାଇର ହିନ୍ଦୁଜା ହେଲ୍‌ଥକେୟାରରେ ଭର୍ତ୍ତି କରାଯାଇଥିଲା। ସେଠାରେ କିଛି ଦିନ ତାଙ୍କର ଚିକିତ୍ସା ଚାଲିଥିଲା। ତେବେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ନେଇ ତାଙ୍କ ପରିବାର ଲୋକେ ମୁହଁ ଖୋଲୁନଥିଲେ କିମ୍ବା ମିଡିଆକୁ କିଛି ସୂଚନା ଦେଇନଥିଲେ। ତେଣୁ ତା’ପରେ କ’ଣ ହେଲା କିଛି ଜଣାପଡିନଥିଲା। ତେବେ ଆଜି ବିପାଶା ବସୁ କଟକ ଆସିବା ଖବର ମିଳିଛି।

ଦେହ ଖରାପ ହେବା ପରେ ସେ ପ୍ରଥମ ଥର ହସ୍ପିଟାଲରୁ ବାହାରି କୌଣସି ସ୍ଥାନକୁ ଆସୁଛନ୍ତି। ହେଲେ ବିପାଶା କଟକ ଆସୁଛନ୍ତି କ’ଣ ପାଇଁ ?  ଏପ୍ରଶ୍ନ ଆପଣଙ୍କ ମୁଣ୍ଡକୁ ବି ଆସୁଥିବ?

ଯାହା ସୂଚନା ମିଳୁଛି, ଏକ ଇନାଗୁରେସନ୍‌ ଫଙ୍କସନ୍‌ରେ ଯୋଗ ଦେବା ପାଇଁ ବିପାଶା କଟକ ଆସୁଛନ୍ତି। ଆଜି ମଧ୍ୟାହ୍ନ ୩ଟା ବେଳ ସେ କଟକର ଦୁର୍ଗା ସିନେପ୍ଲେକ୍ସରେ ପହଞ୍ଚିବେ। ସେଠାରେ  ନୂଆ କରି ତିଆରି ହୋଇଥିବା ଆଇନକ୍ସ ମଲ୍‌ଟିପ୍ଲେକ୍ସ ଏବଂ ଏସ୍‌ଜିବିଏଲ୍‌ ସ୍କୋୟାର ମଲ୍‌ର ଇନାଗୁରେଟ୍ କରିବେ ବୋଲି ଏକ ବିଜ୍ଞାପନରୁ ଜଣାପଡ଼ିଛି।

Previous ArticleNext Article

Send this to a friend