ଡେରି ହେଇଗଲା, ଆଗରୁ ହେବାର ଥିଲା: ବିଷ୍ଣୁ

ଭୁବନେଶ୍ୱର(ଓଡିଶା ରିପୋର୍ଟର): ରାଜ୍ୟ ରାଜନୀତିରେ ମନ୍ତ୍ରୀ ଦାମୋଦର ରାଉତଙ୍କ ମୁଖ୍ୟ ପ୍ରତିଦ୍ୱନ୍ଦୀ ବୋଲାଉଥିବା ବିଷ୍ଣୁ ଦାସଙ୍କ ମନ୍ତବ୍ୟ ହସ୍ତଗତ ହୋଇଛି। ଦାମଙ୍କ ବହିଷ୍କାର ସମ୍ପର୍କରେ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ବିଷ୍ଣୁଙ୍କୁ ପଚରାଯିବାରୁ ସେ କହିଛନ୍ତି, ମୁଖ୍ୟମନ୍ତ୍ରୀ ଦାମଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାରେ ବହୁ ବିଳମ୍ବ କରିଛନ୍ତି। ପୂର୍ବରୁ ଏଭଳି ନିଷ୍ପତ୍ତି ନେବାର ଥିଲା। ତେବେ ଯାହା ହେଉନା କାହିଁକି ଏହି ନିଷ୍ପତ୍ତିକୁ ରାଜ୍ୟବାସୀ ସ୍ୱାଗତ କରିବେ। ସୂଚନାଯୋଗ୍ୟ, ପୂର୍ବରୁ ଦାମ ଅନେକ ଆପତ୍ତିଜନକ ମନ୍ତବ୍ୟ ଦେଉଥିବା ବେଳେ ବିଷ୍ଣୁଙ୍କୁ ଏ ବାବଦରେ ପଚରାଯାଇଛି। ସେତେବେଳେ “ବ୍ରାହ୍ମଣ ପୁଅ ମାଙ୍କଡ ମାରିଲେ ଦୋଷ ନାହିଁ” ବୋଲି କହି ରୋଚକ ଢଙ୍ଗରେ ବିଷ୍ଣୁ ନିଜ କ୍ଷୋଭ ପ୍ରକାଶ କରିଥିଲେ। ଏଥରର କାର୍ଯ୍ୟାନୁଷ୍ଠାନ ପରେ ନିଶ୍ଚିତ ଭାବେ ତାଙ୍କ କ୍ଷୋଭ ମେଣ୍ଟିଯାଇଥିବ ବୋଲି ଚର୍ଚ୍ଚା ହେଉଛି।

Previous ArticleNext Article

Send this to a friend