ଫଟୋ ଦେଖାଇଲେ ପ୍ରତାପ ଦେବ, କହିଲେ-ଚପଲ ଫିଙ୍ଗି ଥିବା କାର୍ତ୍ତିକ ଆରଏସ୍ଏସ୍ ସଦସ୍ୟ

<p>ଭୁବନେଶ୍ୱର( ଓଡ଼ିଶା ରିପୋର୍ଟର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପରକୁ ଚପଲ ଫିଙ୍ଗିଥିବା ଯୁବକ କାର୍ତ୍ତିକ ମେହେର ମାନସିକ ସ୍ତରରେ ସମ୍ପୂର୍ଣ୍ଣ ଫିଟ୍ ରହିଛି। &nbsp;ସେ ଆରଏସ୍ଏସ୍ ସଦସ୍ୟ ବୋଲି ବିଜେଡି ମୁଖପାତ୍ର ପ୍ରତାପ ଦେବ ଅଭିଯୋଗ କରିଛନ୍ତି । ଆରଏସ୍ଏସ୍ ପୋଷାକରେ କାର୍ତ୍ତିକଙ୍କର ଏକ ଫଟୋକୁ ଦେଖାଇ ସେ ବିଜେପିକୁ ସମାଲୋଚନା କରିଛନ୍ତି। କେଉଁ ଆଧାରରେ କାର୍ତ୍ତିକଙ୍କୁ ପଦ୍ମପୁର ଥାନା ଆଇଆଇସି ମାନସିକ ଭାରସାମ୍ୟ ହରାଇଥିବା କହିଛନ୍ତି ତାର ତଦନ୍ତ ହେବା ଦରକାର ବୋଲି ପ୍ରତାପ ଦେବ କହିଛନ୍ତି। ଅନ୍ୟପକ୍ଷରେ ଏହାର ଜବାବ ରଖି ବିଜେପି ରାଜ୍ୟ ଉପ ସଭାପତି ସମୀର ମହାନ୍ତି କହିଛନ୍ତି, &ldquo;ପ୍ରଥମେ ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରତାପ ଦେବ ପ୍ରଶ୍ନ ଉଠାନ୍ତୁ&rdquo;।</p> <p>ସୂଚନାଯୋଗ୍ୟ, ଗତ ଦୁଇ ଦିନ ତଳେ ବିଜେପୁରରେ ବିଜେଡି ପ୍ରାର୍ଥୀ ରୀତା ସାହୁଙ୍କ ପ୍ରଚାରରେ ଆସିଥିବା ମୁଖ୍ୟମନ୍ତ୍ରୀଙ୍କ ଉପରକୁ ଜଣେ ଦୁର୍ବୃତ୍ତ ଜୋତା ଫୋପାଡି ଥିଲେ। ପ୍ରଥମ ଜୋତାଟିକୁ ମୁଖ୍ୟମନ୍ତ୍ରୀଙ୍କ ଜଣେ ଅଙ୍ଗରକ୍ଷୀ ଧରି ପକାଇଥିଲେ। ସେ ସମ୍ନାକୁ ଆସି ପୋଡିୟମ୍&zwnj; ନିକଟରେ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ଦେବାକୁ ଉଦ୍ୟମ କରୁଥିବା ବେଳେ ପୁଣି ଥରେ ଜୋତା ମାଡ଼ କରିଥିଲେ ଉକ୍ତ ଦୁର୍ବୃତ୍ତ। ଏହି ଜୋତାଟି ମୁଖ୍ୟମନ୍ତ୍ରୀଙ୍କ ମୁହଁ ପାଖକୁ ଚାଲି ଆସିଥିଲେ ବି ସୁରକ୍ଷା କର୍ମୀ ଏହାକୁ ହାତରେ ଛିଞ୍ଚାଡି ଦେବାରୁ ତାହା ତଳେ ପଡ଼ିଯାଇଥିଲା। ଏହି ଘଟଣା ପରେ ମଞ୍ଚ ତଳେ ଉତ୍ତେଜନା ପ୍ରକାଶ ପାଇଥିବା ବେଳେ ଉପସ୍ଥିତ ସୁରକ୍ଷା କର୍ମୀ ଜୋତା ଫିଙ୍ଗିଥିବା ବ୍ୟକ୍ତିଙ୍କୁ କାବୁ କରି ନେଇଥିଲେ।</p>

Ordigital Desk
  • Published: Thursday, 22 February 2018
  • Updated: 22 February 2018, 08:44 AM IST

Sports

Latest News

<p>ଭୁବନେଶ୍ୱର( ଓଡ଼ିଶା ରିପୋର୍ଟର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପରକୁ ଚପଲ ଫିଙ୍ଗିଥିବା ଯୁବକ କାର୍ତ୍ତିକ ମେହେର ମାନସିକ ସ୍ତରରେ ସମ୍ପୂର୍ଣ୍ଣ ଫିଟ୍ ରହିଛି। &nbsp;ସେ ଆରଏସ୍ଏସ୍ ସଦସ୍ୟ ବୋଲି ବିଜେଡି ମୁଖପାତ୍ର ପ୍ରତାପ ଦେବ ଅଭିଯୋଗ କରିଛନ୍ତି । ଆରଏସ୍ଏସ୍ ପୋଷାକରେ କାର୍ତ୍ତିକଙ୍କର ଏକ ଫଟୋକୁ ଦେଖାଇ ସେ ବିଜେପିକୁ ସମାଲୋଚନା କରିଛନ୍ତି। କେଉଁ ଆଧାରରେ କାର୍ତ୍ତିକଙ୍କୁ ପଦ୍ମପୁର ଥାନା ଆଇଆଇସି ମାନସିକ ଭାରସାମ୍ୟ ହରାଇଥିବା କହିଛନ୍ତି ତାର ତଦନ୍ତ ହେବା ଦରକାର ବୋଲି ପ୍ରତାପ ଦେବ କହିଛନ୍ତି। ଅନ୍ୟପକ୍ଷରେ ଏହାର ଜବାବ ରଖି ବିଜେପି ରାଜ୍ୟ ଉପ ସଭାପତି ସମୀର ମହାନ୍ତି କହିଛନ୍ତି, &ldquo;ପ୍ରଥମେ ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରତାପ ଦେବ ପ୍ରଶ୍ନ ଉଠାନ୍ତୁ&rdquo;।</p><p>ସୂଚନାଯୋଗ୍ୟ, ଗତ ଦୁଇ ଦିନ ତଳେ ବିଜେପୁରରେ ବିଜେଡି ପ୍ରାର୍ଥୀ ରୀତା ସାହୁଙ୍କ ପ୍ରଚାରରେ ଆସିଥିବା ମୁଖ୍ୟମନ୍ତ୍ରୀଙ୍କ ଉପରକୁ ଜଣେ ଦୁର୍ବୃତ୍ତ ଜୋତା ଫୋପାଡି ଥିଲେ। ପ୍ରଥମ ଜୋତାଟିକୁ ମୁଖ୍ୟମନ୍ତ୍ରୀଙ୍କ ଜଣେ ଅଙ୍ଗରକ୍ଷୀ ଧରି ପକାଇଥିଲେ। ସେ ସମ୍ନାକୁ ଆସି ପୋଡିୟମ୍&zwnj; ନିକଟରେ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ଦେବାକୁ ଉଦ୍ୟମ କରୁଥିବା ବେଳେ ପୁଣି ଥରେ ଜୋତା ମାଡ଼ କରିଥିଲେ ଉକ୍ତ ଦୁର୍ବୃତ୍ତ। ଏହି ଜୋତାଟି ମୁଖ୍ୟମନ୍ତ୍ରୀଙ୍କ ମୁହଁ ପାଖକୁ ଚାଲି ଆସିଥିଲେ ବି ସୁରକ୍ଷା କର୍ମୀ ଏହାକୁ ହାତରେ ଛିଞ୍ଚାଡି ଦେବାରୁ ତାହା ତଳେ ପଡ଼ିଯାଇଥିଲା। ଏହି ଘଟଣା ପରେ ମଞ୍ଚ ତଳେ ଉତ୍ତେଜନା ପ୍ରକାଶ ପାଇଥିବା ବେଳେ ଉପସ୍ଥିତ ସୁରକ୍ଷା କର୍ମୀ ଜୋତା ଫିଙ୍ଗିଥିବା ବ୍ୟକ୍ତିଙ୍କୁ କାବୁ କରି ନେଇଥିଲେ।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos