ଗତକାଲି କଂଗ୍ରେସରୁ ବହିଷ୍କୃତ ସୁଧୀର ସାମଲ ଆଜି ବିଜେଡିରେ

sudhira

ଭୁବନେଶ୍ୱର: ଢେଙ୍କାନାଳ ଜିଲ୍ଲା କଂଗ୍ରେସର ପୂର୍ବତନ ସଭାପତି ସୁଧୀର ସାମଲ ଆଜି ପ୍ରାୟ ୨ ହଜାର କର୍ମକର୍ତ୍ତା ଓ ସମର୍ଥକଙ୍କ ଗହଣରେ ନବୀନ ନିବାସ ଆସି ବିଜେଡିରେ ବିଧିବଦ୍ଧ ଭାବେ ଯୋଗ ଦେଇଛନ୍ତି। ଖଣିମନ୍ତ୍ରୀ ପ୍ରଫୁଲ୍ଲ ସାମଲଙ୍କ ନେତୃତ୍ୱରେ ସେ ଓ ତାଙ୍କ ସମର୍ଥକମାନେ ନବୀନ ନିବାସ ଆସି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ବିଜେଡିରେ ଯୋଗ ଦେଇଛନ୍ତି।

ସୁଧୀରଙ୍କ ସହିତ ଢେଙ୍କାନାଳ କଂଗ୍ରେସର ୨୫ ପ୍ରମୁଖ କର୍ମକର୍ତ୍ତା ମଧ୍ୟ ଯୋଗ ଦେଇଛନ୍ତି।  ସେମାନଙ୍କ ମଧ୍ୟରେ ପୂର୍ବତନ ଜିଲ୍ଲା ସଭାପତି, ବର୍ତ୍ତମାନର ୱାର୍ଡ ମେମ୍ବର, ଜିଲ୍ଲା ପରିଷଦ ସଦସ୍ୟ ଅଛନ୍ତି।  ଢେଙ୍କାନାଳ ପୂର୍ବତନ ବିଧାୟକ ସୁଧୀର ସାମଲଙ୍କୁ ଦଳ ବିରୋଧୀ କାମ ପାଇଁ ଗତକାଲି କଂଗ୍ରେସରୁ ବହିଷ୍କାର କରାଯାଇଥିଲା।

Previous ArticleNext Article

Send this to a friend