ବିଜେଡି ନେତାଙ୍କୁ ମାରିଲା କିଏ? ଗୋଟିଏ କାରଣ ଉପରେ ସନ୍ଦେହ

ଢେଙ୍କାନାଳ(ଓଡ଼ିଶା ରିପୋର୍ଟର): ଢେଙ୍କାନାଳ ଜିଲ୍ଲା ଯୁବ ବିଜେଡି ସଭାପତି ଯଶୋବନ୍ତ ପରିଡ଼ା ହତ୍ୟାକାଣ୍ଡକୁ ୫ ଦିନ ବିତିଲାଣି। ହେଲେ ଆଜି ପର୍ଯ୍ୟନ୍ତ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସକ୍ଷମ ହୋଇପାରି ନାହିଁ। ଯାହାଫଳରେ ଯଶୋବନ୍ତଙ୍କୁ କିଏ ମାରିଲା ଓ କାହିଁକି ମାରିଲା ତାହା, ଏବେବି ରହସ୍ୟା ଘେରରେ ରହିଛି। ତେବେ କ୍ରୋମାଇଟ୍‌ କାରବାରକୁ ନେଇ ତାଙ୍କୁ ହତ୍ୟା କରାଯାଇ ଥିବା ଚର୍ଚ୍ଚା ହେଉଛି। ଢେଙ୍କାନାଳ ଜିଲ୍ଲା ଯୁବ ବିଜେଡି ସଭାପତି ଯଶୋବନ୍ତ ପରିଡ଼ାଙ୍କୁ ମାରିଲା କିଏ ? ହତ୍ୟାକାଣ୍ଡ […]

bjd leader murder mistry

bjd leader murder mistry

Rakesh Mallick
  • Published: Friday, 30 March 2018
  • Updated: 30 March 2018, 09:26 PM IST

Sports

Latest News

ଢେଙ୍କାନାଳ(ଓଡ଼ିଶା ରିପୋର୍ଟର): ଢେଙ୍କାନାଳ ଜିଲ୍ଲା ଯୁବ ବିଜେଡି ସଭାପତି ଯଶୋବନ୍ତ ପରିଡ଼ା ହତ୍ୟାକାଣ୍ଡକୁ ୫ ଦିନ ବିତିଲାଣି। ହେଲେ ଆଜି ପର୍ଯ୍ୟନ୍ତ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସକ୍ଷମ ହୋଇପାରି ନାହିଁ। ଯାହାଫଳରେ ଯଶୋବନ୍ତଙ୍କୁ କିଏ ମାରିଲା ଓ କାହିଁକି ମାରିଲା ତାହା, ଏବେବି ରହସ୍ୟା ଘେରରେ ରହିଛି। ତେବେ କ୍ରୋମାଇଟ୍‌ କାରବାରକୁ ନେଇ ତାଙ୍କୁ ହତ୍ୟା କରାଯାଇ ଥିବା ଚର୍ଚ୍ଚା ହେଉଛି।

ଢେଙ୍କାନାଳ ଜିଲ୍ଲା ଯୁବ ବିଜେଡି ସଭାପତି ଯଶୋବନ୍ତ ପରିଡ଼ାଙ୍କୁ ମାରିଲା କିଏ ? ହତ୍ୟାକାଣ୍ଡ ପଛର କାରଣ ରାଜନୈତିକ ନା ବ୍ୟାବସାୟିକ? ଘଟଣାକୁ ୫ ବିତିଥିବା ବେଳେ ବିଶେଷ ଆଗେଇ ପାରିନାହିଁ ତଦନ୍ତ। ତେବେ ହତ୍ୟାକାଣ୍ଡକୁ ନେଇ ଲୋକଙ୍କ ମୁହଁରୁ ଭିନ୍ନ ଭିନ୍ନ କଥା ଶୁଣିବାକୁ ମିଳୁଛି। କ୍ରୋମାଇଟ୍ ବ୍ୟବସାୟରେ ବିବାଦକୁ ନେଇ ଯଶୋବନ୍ତଙ୍କୁ ହତ୍ୟା କରାଯାଇଥାଇପାରେ ବୋଲି ଚର୍ଚ୍ଚା ହେଉଛି। ତେବେ ପୋଲିସ ଏବିଷୟରେ ନିର୍ଦ୍ଦିଷ୍ଟ ଭାବେ କିଛି କହୁନାହିଁ। ସେପଟେ କାରଣ ଯାହା ବି ଥାଉ ନା କାହିଁକି ହତ୍ୟାକାରୀଙ୍କୁ ପ୍ରଥମ ଧରାଯାଉ ବୋଲି ବିଜେଡି ଦାବି କରିଛି। ଅନ୍ୟପକ୍ଷରେ ହତ୍ୟାକାଣ୍ଡକୁ ନେଇ ପୋଲିସ ହାତରେ ଗୁରୁତ୍ୱପୂର୍ଣ୍ଣ  ସୁରାକ୍ ମିଳିଛି ଓ ଖୁବ୍ ଶୀଘ୍ର ଘଟଣାର ପର୍ଦ୍ଦାଫାଶ କରାଯିବ ବୋଲି ଏସ୍‌ପି କହିଛନ୍ତି।

ହତ୍ୟାକାଣ୍ଡ  ପାଇଁ  ରାଜ୍ୟ ବାହାରର ଅପରାଧୀଙ୍କୁ ସୁପାରୀ ଦିଆଯାଇଥିବା ପୋଲିସ ସୂଚନା ଦେଇଛି। ଏହି ପେସାଦର ଅପରାଧୀ ଯୋଜନାକୁ କାର୍ଯ୍ୟକାରୀ କରିବା ପରେ ବାଉଁଶପାଳ ଜଙ୍ଗଲ ଦେଇ ଝାଡ଼ଖଣ୍ଡ ପଳାଇଥିବା ଅନୁମାନ କରାଯାଉଛି। ସେହିପରି  ହତ୍ୟାକାଣ୍ଡରେ ବ୍ୟବହୃତ ବୋଲେରୋ ଗାଡିକୁ ଚିହ୍ନଟ କରାଯାଇଛି। ଏହା ଖଣି କାରବାର କରୁଥିବା ତୁଷାର ମହାନ୍ତିଙ୍କର ବୋଲି ଜଣାପଡିଛି। ଗତ ଫେବୃୟାରୀ ୧୨ ତାରିଖରୁ ଏହି ବୋଲେରୋ ଚୋରି ହୋଇଥିଲା। ତା’ ପରଦିନ ଏନେଇ ସହିଦନଗର ଥାନାରେ ତୁଷାର ଅଭିଯୋଗ କରିଥିଲେ। ଆଉ ଠିକ ଏହାର ମାସକ ପରେ ଘଟିଛି ଏହି ହତ୍ୟାକାଣ୍ଡ। ଏଥିରୁ ଯୋଜନାବଦ୍ଧ ଭାବେ ମର୍ଡର ପ୍ଲାନକୁ କାର୍ଯ୍ୟକାରୀ କରାଯାଇଥିବା ସନ୍ଦେହ କରାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos