ମହାନଦୀକୁ ନେଇ କେନ୍ଦ୍ର ଓ ଛତିଶଗଡ଼ ସରକାର ବିଶ୍ୱାସଘାତକତା କରିଛନ୍ତି: ବିଜେଡି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମହାନଦୀ ପ୍ରସଙ୍ଗକୁ ନେଇ ଶାସକ ଦଳ ବିଧାୟକମାନେ ଆଜି ବିଧାନସଭା ପରିସର ସ୍ଥିତ ଗାନ୍ଧୀ ମୂର୍ତ୍ତି ତଳେ ଧାରଣା ଦେଇଛନ୍ତି। ମହାନଦୀରେ ପାଣିକୁ ନେଇ କେନ୍ଦ୍ର ଓ ଛତିଶଗଡ଼ ସରକାର ଚକ୍ରାନ୍ତ କରି ଓଡ଼ିଶାବାସୀଙ୍କୁ ବିଶ୍ୱାସଘାତକତା କରିଥିବା ଅଭିଯୋଗ କରି ସେମାନେ ସ୍ଲୋଗାନ ମଧ୍ୟ ଦେଇଛନ୍ତି।

ବିଧାନସଭା ବଜେଟ୍ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭରୁ ଗୃହ ଅଚଳ ହୋଇଯାଇଥିଲା। ପ୍ରଶ୍ନକାଳ ଆରମ୍ଭ ହେବା କ୍ଷଣି ମହାଦନୀ ପ୍ରସଙ୍ଗରେ ଶାସକ ଦଳର ସଭ୍ୟ ଗୃହରେ ଆସି କେନ୍ଦ୍ର ସରକାରଙ୍କ ବିରୋଧରେ ନାରାବାଜି କରିଥିଲେ।  ଗୃହରେ ଯୋଗାଣ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର ଉତ୍ତର ରଖୁଥିଲେ ମଧ୍ୟ ତାହା ସମ୍ଭବ ହୋଇ ପାରିନଥିଲା। ଫଳରେ ଗୃହକୁ ଅପରାହ୍ନ ୩ଟା ଯାଏଁ ମୁଲତବୀ ରଖିଥିଲେ ବାଚସ୍ପତି।

Previous ArticleNext Article

Send this to a friend