ସଂସଦ ପରିସରରେ ବିଜେଡି ସାଂସଦଙ୍କ ଧାରଣା

nn

ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): ମହାନଦୀ ବିବାଦ ନେଇ ଟ୍ରିବ୍ୟୁନାଲ ଗଠନ ଦାବିରେ ଆଜି ସଂସଦ ପରିସରରେ ଥିବା ମହାତ୍ମାଗାନ୍ଧି ପ୍ରତିମୂର୍ତ୍ତି ତଳେ ବିଜେଡି ସାଂସଦ ଧାରଣା ଦେଇଛନ୍ତି। ଓଡ଼ିଶା ଉପରେ କେନ୍ଦ୍ର ସରକାର ଜାଣିଶୁଣି ଅବିଚାର କରୁଥିବା ସାଂସଦମାନେ ଅଭିଯୋଗ କରିଛନ୍ତି। ଟ୍ରିବ୍ୟୁନାଲ ଗଠନ ନ ହେବା ଯାଏଁ ଆନ୍ଦୋଳନ ଜାରି ରହିବ ବୋଲି ସେମାନେ ଚେତାବନୀ ଦେଇଛନ୍ତି।

ଆଜି ଉଭୟ ଲୋକସଭା ଓ ରାଜ୍ୟସଭାରେ ମହାନଦୀ ବିବାଦ ଉପରେ ଆଲୋଚନା ପାଇଁ ଦଳ ତୃତୀୟ ଥର ଲାଗି ମୁଲତବୀ ନୋଟିସ୍ ଦେବ। ରାଜ୍ୟ ସଭାରେ ମଧ୍ୟ ଦଳ ଦେଇଥିବା ଧ୍ୟାନ ଆକର୍ଷଣକାରୀ ପ୍ରସ୍ତାବ ଓ ସଂକ୍ଷିପ୍ତ ନୋଟିସକୁ ଗ୍ରହଣ କରାଯାଇନାହିଁ।  ତେଣୁ ପୁଣିଥରେ ରାଜ୍ୟସଭାରେ ମୁଲତବୀ ନୋଟିସ୍ ଦେଇ ସମଭାବାପନ୍ନ ଦଳର ସହଯୋଗ ଲୋଡ଼ିବ ବିଜେଡି।

ବିଜେଡି ରାଜ୍ୟସଭା ସଦସ୍ୟ  ପ୍ରତାପ ଦେବ କହିଛନ୍ତି,’’ମହାନଦୀ ବିବାଦ ନେଇ ସୁପ୍ରିମକୋର୍ଟରେ ନ୍ୟାୟିକ ଲଢ଼େଇ ଚାଲିଛି। ଆମେ ଏଠି ରାଜନୈତିକ ଲଢ଼େଇ ଲଢ଼ୁଛୁ। କେନ୍ଦ୍ର ସରକାର ଓଡ଼ିଶା ପ୍ରତି ବୈମାତୃକ ମନୋଭାବ ଦେଖାଉଛନ୍ତି। କେନ୍ଦ୍ର ସରକାର ଓଡ଼ିଶାବାସୀଙ୍କ ପ୍ରତି ବିଶ୍ୱାସଘାତକ କରିଛନ୍ତି। ଏହାର ପ୍ରତିବାଦରେ ଆମେ ଧାରଣା ଦେଇଛୁ।”

 

Previous ArticleNext Article

Send this to a friend