ଚିନ୍ତା ବଢ଼ାଉଛି ପେଟ୍ରୋଲ ଓ ଡିଜେଲ: ପୋଡ଼ିଲେ ଧର୍ମେନ୍ଦ୍ରଙ୍କ କୁଶପୁତ୍ତଳିକା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦିନକୁ ଦିନ ବଢ଼ିବାରେ ଲାଗିଛି ତୈଳ ଦର। ଏହାର ପ୍ରତିବାଦରେ ବିଜେଡି ଆଜି ରଣ ହୁଙ୍କାର ଦେଇଛି। ଦଳୀୟ କର୍ମୀ ଓ ନେତାମାନେ ଭୁବନେଶ୍ୱର ରାଜମହଲରୁ ଏକ ବିଶାଳ ଶୋଭାଯାତ୍ରାରେ ମାଷ୍ଟରକ୍ୟାଣ୍ଟିନ ପର୍ଯ୍ୟନ୍ତ ଆସିଥିଲେ। ସେଠାରେ ଏକ ପ୍ରତିବାଦ ସଭାରେ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଥିଲେ। ତୈଳ ଦର ବୃଦ୍ଧିକୁ ବିରୋଧ କରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କୁଶପୁତ୍ତଳିକା ଦାହ କରିଥିଲେ। ତୈଳ ଦର ନକମିଲେ ଆଗକୁ ଆନ୍ଦୋଳନ ଜୋରଦାର ହେବ ବୋଲି ବିଜେଡି […]

bjd protest in bbsr

bjd protest in bbsr

Rakesh Mallick
  • Published: Monday, 02 April 2018
  • Updated: 02 April 2018, 09:55 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦିନକୁ ଦିନ ବଢ଼ିବାରେ ଲାଗିଛି ତୈଳ ଦର। ଏହାର ପ୍ରତିବାଦରେ ବିଜେଡି ଆଜି ରଣ ହୁଙ୍କାର ଦେଇଛି। ଦଳୀୟ କର୍ମୀ ଓ ନେତାମାନେ ଭୁବନେଶ୍ୱର ରାଜମହଲରୁ ଏକ ବିଶାଳ ଶୋଭାଯାତ୍ରାରେ ମାଷ୍ଟରକ୍ୟାଣ୍ଟିନ ପର୍ଯ୍ୟନ୍ତ ଆସିଥିଲେ। ସେଠାରେ ଏକ ପ୍ରତିବାଦ ସଭାରେ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଥିଲେ। ତୈଳ ଦର ବୃଦ୍ଧିକୁ ବିରୋଧ କରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କୁଶପୁତ୍ତଳିକା ଦାହ କରିଥିଲେ। ତୈଳ ଦର ନକମିଲେ ଆଗକୁ ଆନ୍ଦୋଳନ ଜୋରଦାର ହେବ ବୋଲି ବିଜେଡି ଚେତାବନୀ ଦେଇଛି।

ନୂଆ ଆର୍ଥିକ ବର୍ଷରେ ଗତ ୪ ବର୍ଷ ମଧ୍ୟରେ ପେଟ୍ରୋଲ ଦର ସର୍ବାଧିକ ମୂଲ୍ୟ ବୃଦ୍ଧି ପାଇଛି। ସେହିପରି ପୂର୍ବରୁ ସମସ୍ତ ରେକର୍ଡ ପାର କରିଛି ଡିଜେଲ ଦର। ଆମ ଦେଶରେ ବିଭିନ୍ନ ମେଟ୍ରୋ ସହରରେ ୧୦ରୁ ୧୧ ପଇସା ଓ ଡିଜେଲ ଦର ୧୧ରୁ ୧୨ ପଇସା ବୃଦ୍ଧି ପାଇଛି। ବର୍ତ୍ତମାନ ଡିଜେଲ ଦର ଦିଲ୍ଲୀରେ ୬୪ ଟଙ୍କା ୬୯ ପଇସା ଥିବା ବେଳେ ମୁମ୍ବାଇରେ ୬୮.୮୯ଟଙ୍କା ରହିଛି। ସେହିପରି ଦିଲ୍ଲୀରେ ପେଟ୍ରୋଲ ଦର ୭୩ଟଙ୍କା ୮୩ ଥିବା ବେଳେ ମୁମ୍ବାଇରେ ୮୧.୬୯ଟଙ୍କା ଓ କୋଲକାତାରେ ୭୬.୫୪ ଟଙ୍କା ରହିଛି।  ଏହାପୂର୍ବରୁ ୨୦୧୩ ସେପ୍ଟେମ୍ବରରେ ପେଟ୍ରୋଲ ଦର ବିଭିନ୍ନ ସିଟିରେ ୭୬ ଟଙ୍କା ଉପରେ ରହିଛି।  ଅନ୍ତର୍ଜାତୀୟ ମାର୍କେଟରେ ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧି ଯୋଗୁ ଦର ବୃଦ୍ଧି ହୋଇଥିବା ନେଇ କୁହାଯାଉଛି।  ପେଟ୍ରୋଲ ଓ ଡିଜେଲ ଉପରେ ଏକ୍ସସାଇଜ ଡ୍ୟୁଟି ଗତ ନଭେମ୍ବର ୨୦୧୪ରୁ ଜାନୁୟାରୀ ୨୦୧୬ମଧ୍ୟରେ ୯ ଥର ବୃଦ୍ଧି ପାଇଛି। ଏହାସତ୍ତ୍ୱେ ତୈଳ ବୃଦ୍ଧି ପାଇଥିବାରୁ କେନ୍ଦ୍ର ସରକାରଙ୍କୁ ଘେରିଛନ୍ତି ବିରୋଧୀ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos