ବ୍ରହ୍ମପୁର: ବିଜେଡିରେ ମିଶିଲେ ହଜାରେରୁ ଅଧିକ ବିଜେପି ଓ କଂଗ୍ରେସ କର୍ମୀ

cm

cmବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ସୋରଡ଼ା ନିର୍ବାଚନ ମଣ୍ଡଳୀର ହଜାରେରୁ  ଅଧିକ ବିଜେପି ଓ କଂଗ୍ରେସ କର୍ମୀ ଆଜି ବିଜେଡିରେ ସାମିଲ ହୋଇଛନ୍ତି। ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ବିଧିବଦ୍ଧ ଭାବେ ବିଜେଡିରେ ସାମିଲ ହୋଇଛନ୍ତି। ସୋରଡ଼ା ନିର୍ବାଚନ ମଣ୍ଡଳୀର ଏହି ନେତା ଓ କର୍ମୀମାନେ ବିରାଟ ପଟୁଆରରେ ନବୀନ ନିବାସକୁ ଯାଇଥିଲେ। ସେଠାରେ ଉଚ୍ଚ ଶିକ୍ଷାମନ୍ତ୍ରୀ ପ୍ରଦୀପ ପାଣିଗ୍ରାହୀ ଓ ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁଙ୍କ ଉପସ୍ଥିତିରେ ବିଜେଡିରେ ଯୋଗ ଦେଇଥିଲେ। ଦଳରେ ଗଞ୍ଜାମ ଜିଲ୍ଲାର ଏହି ନୂଆ ନେତା ଓ କର୍ମୀଙ୍କୁ ବିଜେଡି ସଭାପତି ନବୀନ ପଟ୍ଟନାୟକ ସ୍ୱାଗତ ଜଣାଇଥିଲେ।

ଉଚ୍ଚ ଶିକ୍ଷାମନ୍ତ୍ରୀ ପ୍ରଦୀପ ପାଣିଗ୍ରାହୀ କହିଛନ୍ତି, “ଗଞ୍ଜାମ ଜିଲ୍ଲାର ୧୫୦୦ରୁ ଅଧିକ ଅଧିକ ବିଜେପି ଓ କଂଗ୍ରେସ କର୍ମୀ ମୁଖ୍ୟମନ୍ତ୍ରୀଙ୍କ ବଳିଷ୍ଠ ନେତୃତ୍ୱ ତଥା ସୁଶାସନରେ ଅନୁପ୍ରାଣିତ ହୋଇ ବିଜେଡିରେ  ସାମିଲ ହୋଇଛନ୍ତି।”

Previous ArticleNext Article

Send this to a friend