ଆଜି ବିଜେଡିର ପ୍ରତିଷ୍ଠା ଦିବସ

naveen-patnaik

ପୁରୀ(ଓଡ଼ିଶା ରିପୋର୍ଟର) : ଆଜି ବିଜେଡିର ୨୦ତମ ପ୍ରତିଷ୍ଠା ଦିବସ। ପୁରୀ ତାଳବଣିଆରେ ଏହି ପ୍ରତିଷ୍ଠା ଦିବସ ପାଳନ ହେବ। ପ୍ରଥମ ଥର ପାଇଁ ଭୁବନେଶ୍ୱର ବାହାରେ ଆୟୋଜନ ହେବାକୁ ଯାଉଛି ପ୍ରତିଷ୍ଠା ଦିବସ। ଦଳୀୟ ନେତା ଓ ମନ୍ତ୍ରୀଙ୍କ ସମେତ ପ୍ରତ୍ୟେକ ପଞ୍ଚାୟତରୁ ଦଳୀୟ କର୍ମୀ ଏଥିରେ ଯୋଗ ଦେବେ। ୨୦ ବର୍ଷ ପୂର୍ତ୍ତି ଉତ୍ସବ ଅବସରରେ ଶ୍ରୀକ୍ଷେତ୍ରରୁ ଆଗାମୀ ଓଡ଼ିଶାର ବିକାଶ ଯାତ୍ରାର ରୋଡ ମ୍ୟାପ ପ୍ରସ୍ତୁତ କରିବ ବିଜେଡି। ଏଥିରେ ସରକାରଙ୍କ ୧୭ ବର୍ଷ ସଫଳତାର ଯାତ୍ରା ଓ ଆଗାମୀ ଦିନର ଲକ୍ଷ୍ୟ ଉପରେ ମାନସ ମନ୍ଥନ କରିବେ ନେତା। ଏଥିସହ କେନ୍ଦ୍ରୀୟ ଅବହେଳା କଥା ଉଠାଇପାରେ ଦଳ। ତେଣୁ ଆଜିର ପ୍ରତିଷ୍ଠା ଦିବସରେ ମୁଖ୍ୟମନ୍ତ୍ରୀ କ’ଣ ଉଦବୋଧନ ଦେବେ ତାହା ଉପରେ ସମସ୍ତଙ୍କ ନଜର ରହିବ।

 

Previous ArticleNext Article

Send this to a friend