ଅନାସ୍ଥା ଉପରେ ଆଲୋଚନା ଆରମ୍ଭ: କକ୍ଷତ୍ୟାଗ କଲେ ବିଜେଡି ସାଂସଦ

ନୂଆଦିଲ୍ଲୀ: ମୋଦି ସରକାରଙ୍କ ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବ ଉପରେ ଲୋକସଭାରେ ଆଲୋଚନା ଆରମ୍ଭ ହୋଇଛି। ଆଲୋଚନା ପରେ ସରକାର ଭୋଟିଂର ସମ୍ମୁଖୀନ ହେବେ। ତେବେ ଏହି ପ୍ରକ୍ରିୟାରୁ ବିଜେଡି ନିଜକୁ ଦୂରେଇ ରଖିଛି। ଆଲୋଚନା ଆରମ୍ଭ ପୂର୍ବରୁ ବିଜେଡି ସଦସ୍ୟମାନେ କକ୍ଷତ୍ୟାଗ କରିଛନ୍ତି। ବିଜେଡି ସାଂସଦମାନେ କକ୍ଷତ୍ୟାଗ କରିବା ନେଇ ସାଂସଦ ଭର୍ତ୍ତୃହରି ମହତାବ ଗୃହରେ ସୂଚନା ଦେଇଥିଲେ। ୧୦ ବର୍ଷର ଉପା ସରକାର ଓ ୪ ବର୍ଷର ଏହି ସରକାର ରାଜ୍ୟ ପ୍ରତି ଅନ୍ୟାୟ […]

bjd

bjd

Rakesh Mallick
  • Published: Friday, 20 July 2018
  • Updated: 20 July 2018, 12:31 PM IST

ନୂଆଦିଲ୍ଲୀ: ମୋଦି ସରକାରଙ୍କ ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବ ଉପରେ ଲୋକସଭାରେ ଆଲୋଚନା ଆରମ୍ଭ ହୋଇଛି। ଆଲୋଚନା ପରେ ସରକାର ଭୋଟିଂର ସମ୍ମୁଖୀନ ହେବେ। ତେବେ ଏହି ପ୍ରକ୍ରିୟାରୁ ବିଜେଡି ନିଜକୁ ଦୂରେଇ ରଖିଛି। ଆଲୋଚନା ଆରମ୍ଭ ପୂର୍ବରୁ ବିଜେଡି ସଦସ୍ୟମାନେ କକ୍ଷତ୍ୟାଗ କରିଛନ୍ତି। ବିଜେଡି ସାଂସଦମାନେ କକ୍ଷତ୍ୟାଗ କରିବା ନେଇ ସାଂସଦ ଭର୍ତ୍ତୃହରି ମହତାବ ଗୃହରେ ସୂଚନା ଦେଇଥିଲେ।

୧୦ ବର୍ଷର ଉପା ସରକାର ଓ ୪ ବର୍ଷର ଏହି ସରକାର ରାଜ୍ୟ ପ୍ରତି ଅନ୍ୟାୟ କରିଛନ୍ତି। ଏ ଆଲୋଚନାରୁ ରାଜ୍ୟକୁ କିଛି ଲାଭ ମିଳିବ ନାହିଁ ବୋଲି ଭର୍ତ୍ତୃହରି କହିଥିଲେ। ଏହାପରେ ଦଳର ସାଂସଦମାନେ କକ୍ଷତ୍ୟାଗ କରିଥିଲେ।

bjd2ମୋଦି ସରକାରଙ୍କ ବିରୋଧରେ ଏହା ପ୍ରଥମ ଅନାସ୍ଥା ପ୍ରସ୍ତାବ। ସନ୍ଧ୍ୟା ୬ଟାରେ ମତଦାନ ହେବାକୁ ନିଷ୍ପତ୍ତି ହୋଇଛି। ଅନାସ୍ଥା ନେଇ ବିଭିନ୍ନ ଦଳ ପକ୍ଷରୁ ହ୍ୱିପ୍‌ ଜାରି କରାଯାଇଥିଲା।

ବିଜେଡିର କକ୍ଷତ୍ୟାଗ ପ୍ରସଙ୍ଗକୁ ସମାଲୋଚନା କଲେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। କହିଲେ- “ବିଜେଡି ସମଦୂରତା କଥା କହୁଛି, କିନ୍ତୁ ଭିତରେ ବିଜେପିକୁ ସମର୍ଥନ କରୁଛି। ସମଦୂରତା କେବଳ ସ୍ଲୋଗାନ୍‌ ଓ ଲୋକଙ୍କୁ ଠକିବା ପାଇଁ ଉଦ୍ଦିଷ୍ଟ। ବିଜେଡିକୁ ସିବିଆଇ ଭୟ ଓ ବିଜେପିକୁ ସଂଖ୍ୟା ଭୟ ଘାରୁଛି। ତେଣୁ ଉଭୟ ଏକାଠି ହୋଇଛନ୍ତି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos