ରତ୍ନଭଣ୍ଡାର ଚାବି ହଜିବା ଘଟଣା: ବିଜେପିର ଏତଲା ଗ୍ରହଣ କରୁନି ପୋଲିସ

bjp

ପୁରୀ (ଓଡ଼ିଶା ରିପୋର୍ଟର): ରତ୍ନଭଣ୍ଡର ଚାବି ହଜିବା ପ୍ରସଙ୍ଗରେ ବିଜେପିର ଏତଲା ଆଧାରରେ ମାମଲା ରୁଜୁ କଲାନି ପୁରୀ ସିଂହଦ୍ୱାର ଥାନା ପୋଲିସ। ବିଜେପି ପକ୍ଷରୁ ଏହି ଅଭିଯୋଗ କରାଯାଇଛି। ଏତଲା ଦାୟର କରି ମାମଲା ରୁଜୁ କରିବାକୁ ବିଜେପି ଥାନାର ଦ୍ୱାରସ୍ଥ ହୋଇଥିଲା। ହେଲେ ଶେଷରେ ମାମଲା ରୁଜୁ କରା ନଯିବାରୁ ଅସନ୍ତୋଷ ବ୍ୟକ୍ତ କରିଛି ବିଜେପି।

ଦଳ ଉପସଭାପତି ସମୀର ମହାନ୍ତିଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ ଆଜି ସିଂହଦ୍ୱାର ଥାନାରେ ରତ୍ନଭର୍ଡାର ଚାବି ହଜିବା, ହୁଣ୍ଡିରୁ ମିଳିଥିବା ୪ କେଜି ସୁନା ଉଭାନ ହୋଇଯିବା ନେଇ ଏତଲା ଦାୟର କରିବାକୁ ଯାଇଥିଲେ। ଘଟଣାରେ ମୁଖ୍ୟମନ୍ତ୍ରୀ, ଆଇନମନ୍ତ୍ରୀ, ଆଇନ ସଚିବ, ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ, ରତ୍ନଭଣ୍ଡାର ସବ୍‌କମିଟି, ପରିଚଳାନା କମିଟି ବିରୋଧରେ ମାମଲା ରୁଜୁ କରାଯାଇ ଆଇନତଃ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରାଯାଇଥିଲା। ୨୯୫(କ), ୪୦୬, ୪୦୯ ଅନୁଯାୟୀ ମାମଲା ରୁଜୁ କରିବା ପାଇଁ  ୪ ଘଣ୍ଟା ଧରି ଥାନାରେ ଅଡି ବସିଥିଲେ ମଧ୍ୟ ପୋଲିସ୍‌ ଶୁଣି ନଥିଲା ବୋଲି ଦଳ ପକ୍ଷରୁ କୁହାଯାଇଛି।

ଅନ୍ୟପକ୍ଷରେ, କୌଣସି ପ୍ରକାର ଚାପରେ ନୁହେଁ, ଏହି ଘଟଣାରେ ଜୁଡିସିଆଲ ତଦନ୍ତ କମିଶନ ବସିଛି। ତେଣୁ କେବଳ ଏତଲାକୁ ଗ୍ରହଣ କରାଯାଇଛି ବୋଲି ସିଟି ଡିଏସପି କହିଛନ୍ତି।

Previous ArticleNext Article

Send this to a friend