ପରିସ୍ଥିତି ଅସମ୍ଭାଳ,ପାଣ୍ଡିଆନଙ୍କ କ୍ୱାର୍ଟର୍ସକୁ ଧସେଇ ପଶିଲେ ବିଜେପି କର୍ମୀ; ଫୁଲକୁଣ୍ଡ ଭାଙ୍ଗିଲେ,ଗୋବର ପିଙ୍ଗିଲେ

<p>ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ଭି.କାର୍ତ୍ତିକେୟନ୍&zwnj; ପାଣ୍ଡିଆନଙ୍କ କ୍ୱାର୍ଟର୍ସ ଭିତରକୁ ଆଜି ବିଜେପି କର୍ମୀ ଧସେଇ ପଶି ଭଙ୍ଗାରୁଜା କରିଛନ୍ତି। ଏହାସହ ପାଣ୍ଡିଆନଙ୍କ ସରକାରୀ କ୍ୱାର୍ଟର୍ସ ଭିତରେ ପଶି ଫୁଲ କୁଣ୍ଡ ଓ ବାଇକ୍ ଭାଙ୍ଗିବା ସହ ଫାଟକକୁ ଗୋବର ମାଡ଼ କରିଛନ୍ତି ବିଜେପି କର୍ମୀ। ନିର୍ଦ୍ଦିଷ୍ଟ ସରକାରୀ ଦଳ ପାଇଁ ପାଣ୍ଡିଆନ୍ କାମ କରୁଥିବା ଅଭିଯୋଗ ଆଣି ବିଜେପି କର୍ମୀ ତାଙ୍କ ରୋଷ ଦେଖାଇଛନ୍ତି। ଏମିତିକି ପାଣ୍ଡିଆନଙ୍କ ଘର ଭିତରକୁ ମଧ୍ୟ ଧସେଇ ପଶିବାକୁ ଉଦ୍ୟମ କରିଥିଲେ ବିଜେପି କର୍ମୀ।</p> <p>ବେଶ୍ କିଛି ଦିନ ଧରି ଥାର୍ଡ ଫ୍ଲୋରର ଏହି ଅଣ ଓଡ଼ିଆ ଅଫିସର ପାଣ୍ଡିଆନଙ୍କୁ ବିଭିନ୍ନ ଆଡୁ ଟାର୍ଗେଟ୍ କରାଯାଉଛି। ଖୋଦ୍ ବିଜେଡିର ନେତାମାନେ ବି ତାଙ୍କ କାର୍ଯ୍ୟ କଳାପକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ କରିବା ସହ କଡ଼ା ସମାଲୋଚନା କରୁଛନ୍ତି। ଏମିତିକି ଦାବି ହାସଲ ପାଇଁ ରାଜଧାନୀରେ ଆନ୍ଦୋଳନ କରୁଥିବା ଶିକ୍ଷକ ସଂଘ ବି ପାଣ୍ଡିଆନଙ୍କୁ ଟାର୍ଗେଟ୍ କରି ଦୁଇ ଦିନ ତଳେ ବିଷୋଦାଗାର କରିଥିଲେ।</p>

Ordigital Desk
  • Published: Saturday, 10 February 2018
  • Updated: 10 February 2018, 11:58 AM IST

Sports

Latest News

<p>ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ଭି.କାର୍ତ୍ତିକେୟନ୍&zwnj; ପାଣ୍ଡିଆନଙ୍କ କ୍ୱାର୍ଟର୍ସ ଭିତରକୁ ଆଜି ବିଜେପି କର୍ମୀ ଧସେଇ ପଶି ଭଙ୍ଗାରୁଜା କରିଛନ୍ତି। ଏହାସହ ପାଣ୍ଡିଆନଙ୍କ ସରକାରୀ କ୍ୱାର୍ଟର୍ସ ଭିତରେ ପଶି ଫୁଲ କୁଣ୍ଡ ଓ ବାଇକ୍ ଭାଙ୍ଗିବା ସହ ଫାଟକକୁ ଗୋବର ମାଡ଼ କରିଛନ୍ତି ବିଜେପି କର୍ମୀ। ନିର୍ଦ୍ଦିଷ୍ଟ ସରକାରୀ ଦଳ ପାଇଁ ପାଣ୍ଡିଆନ୍ କାମ କରୁଥିବା ଅଭିଯୋଗ ଆଣି ବିଜେପି କର୍ମୀ ତାଙ୍କ ରୋଷ ଦେଖାଇଛନ୍ତି। ଏମିତିକି ପାଣ୍ଡିଆନଙ୍କ ଘର ଭିତରକୁ ମଧ୍ୟ ଧସେଇ ପଶିବାକୁ ଉଦ୍ୟମ କରିଥିଲେ ବିଜେପି କର୍ମୀ।</p><p>ବେଶ୍ କିଛି ଦିନ ଧରି ଥାର୍ଡ ଫ୍ଲୋରର ଏହି ଅଣ ଓଡ଼ିଆ ଅଫିସର ପାଣ୍ଡିଆନଙ୍କୁ ବିଭିନ୍ନ ଆଡୁ ଟାର୍ଗେଟ୍ କରାଯାଉଛି। ଖୋଦ୍ ବିଜେଡିର ନେତାମାନେ ବି ତାଙ୍କ କାର୍ଯ୍ୟ କଳାପକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ କରିବା ସହ କଡ଼ା ସମାଲୋଚନା କରୁଛନ୍ତି। ଏମିତିକି ଦାବି ହାସଲ ପାଇଁ ରାଜଧାନୀରେ ଆନ୍ଦୋଳନ କରୁଥିବା ଶିକ୍ଷକ ସଂଘ ବି ପାଣ୍ଡିଆନଙ୍କୁ ଟାର୍ଗେଟ୍ କରି ଦୁଇ ଦିନ ତଳେ ବିଷୋଦାଗାର କରିଥିଲେ।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos