ରାଷ୍ଟ୍ରପତିଙ୍କୁ ଭେଟିଲେ ବିଜେପିର ୧୯ ଜଣିଆ ଟିମ୍‌

ପୁରୀ(ଓଡ଼ିଶା ରିପୋର୍ଟର): ଓଡ଼ିଶା ଗସ୍ତରେ ଆସିଥିବା ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ପୁରୀରେ ଭେଟିଛି ବିଜେପିର ଏକ ୧୯ ଜଣିଆ ଟିମ୍। ଏହା ଏକ ସୌଜନ୍ୟମୂଳକ ସାକ୍ଷାତ ଥିଲା ବୋଲି କହିଛନ୍ତି ବିଜେପି ମହିଳା ସଭାନେତ୍ରୀ ପ୍ରଭାତି ପରିଡା। ଏହି ଟିମ୍‌ରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ବିଜେପି ନେତା ଗୋଲକ ମହାପାତ୍ର, କୃଷ୍ଣଚନ୍ଦ୍ର ଜଗଦେବ, ଉପାସନା ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

ସେହିପରି ପୁରୀ ସର୍କିଟ ହାଉସରେ ରାଷ୍ଟ୍ରପତିଙ୍କୁ ଗତକାଲି ସାଢେ ୬ଟା ୪୫ରୁ ରାତି ୮ଟା ପର୍ଯ୍ୟନ୍ତ ବିଭିନ୍ନ ବ୍ୟକ୍ତିବିଶେଷ ଭେଟିଥିଲେ।  ଅନ୍ତର୍ଜାତୀୟ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ରାଷ୍ଟ୍ରପତିଙ୍କୁ ଭେଟି ବାଲୁକା କଳାକୁ ଫଟୋ ଫ୍ରେମ୍‌ରେ ବାନ୍ଧି ରାଷ୍ଟ୍ରପତିଙ୍କୁ ପ୍ରଦାନ କରିଥିଲେ। ରାଷ୍ଟ୍ରପତିଙ୍କ ଭବନରେ ଏକ ବାଲୁକା ମୂର୍ତ୍ତି ନିର୍ମାଣ କରିବା ଲାଗି ରାଷ୍ଟ୍ରପତି ତାଙ୍କୁ କହିଥିବା କହିଛନ୍ତି ସୁଦର୍ଶନ। ବାଲୁକାଶିଳ୍ପୀ ରଞ୍ଜନ ଗାଙ୍ଗୁଲି ମଧ୍ୟ ରାଷ୍ଟ୍ରପତିଙ୍କୁ ଭେଟି ନବକଳେବରକୁ ନେଇ ବାଲିରେ ନିର୍ମିତ ମୂର୍ତ୍ତିର ଫଟୋ ଦେଇଥିଲେ।

Previous ArticleNext Article

Send this to a friend