ମାଟିଘରେ ତଳେ ବସି ପତ୍ରଖଲିରେ ଖାଇଲେ ଭାତ ଓ ମୁଗଡ଼ାଲି

<p>ବଲାଙ୍ଗିର(ଓଡ଼ିଶା ରିପୋର୍ଟର): ମହେଶ୍ୱର ସୁନାଙ୍କ ଘରେ ମଧ୍ୟାହ୍ନ ଭୋଜନ କଲେ ଅମିତ ଶାହା। ନିର୍ଦ୍ଧାରିତ ସମୟଠାରୁ ଅଧ ଘଣ୍ଟାଏ ବିଳମ୍ୱରେ ଶାହା ବଲାଙ୍ଗିର ଜିଲ୍ଲା ଦେଓଗାଁର ମହେଶ୍ୱର ସୁନାଙ୍କ ଘରେ ପହଞ୍ଚିଥିଲେ। ଘର ଦୁଆର ମୁହଁରେ ତାଙ୍କୁ ସ୍ୱାଗତ କରିଥିଲେ ମହେଶ୍ୱର ଓ ତାଙ୍କ ପତ୍ନୀ। ପରେ ତାଙ୍କୁ ଘର ଭିତରକୁ ପାଛୋଟି ନେଇ ଥିଲେ। ମାଟି ଘର ଭିତରେ ପଡ଼ିଥିବା ସପରେ ବସିଲେ ଶାହା। ତା&rsquo;ପରେ ମହେଶ୍ୱର ସୁନାଙ୍କ ପତ୍ନୀ ପତ୍ର ଖଲି ଓ ଦନାରେ ଖାଦ୍ୟ ପରଷି ଥିଲେ। ଶାହାଙ୍କ ସମେତ ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ ଓରାମ, ସଂଗୀତା ସିଂହଦେଓ, କେ.ଭି. ସିଂହଦେଓ ପ୍ରମୁଖ ଖାଇଥିଲେ। ପରେ ଶାହା, ମହେଶ୍ୱର ସୁନାଙ୍କ ପରିବାର ସହିତ କିଛି ସମୟ କଥା ହୋଇଥିଲେ। ଯୁବ ସମାବେଶରେ ଯୋଗଦେବା ପାଇଁ ବାହାରି ଯାଇଥିଲେ।</p> <p>ଅମିତ ଶାହାଙ୍କ ପାଇଁ ସୁନା ପରିବାର ପକ୍ଷରୁ ଭାତ, ମୁଗ ଡାଲି, ଲିମ୍ୱଫୁଲ ଭଜା, ବହଲ ଫୁଲ ଭଜା, ଖିରି, ରାଶି ଲଡ଼ୁ, ବଡ଼ି, ଆରିଷାକାକରା ଇତ୍ୟାଦି ବ୍ୟଞ୍ଜନ ପ୍ରସ୍ତୁତ ହୋଇଥିଲା। ଶାହା ଓଡ଼ିଆ ହୋଇନଥିବାରୁ ଭାତ ସହିତ ରୁଟି ମଧ୍ୟ ହୋଇଥିଲା।</p>

Ordigital Desk
  • Published: Thursday, 05 April 2018
  • Updated: 05 April 2018, 12:37 PM IST

Sports

Latest News

<p>ବଲାଙ୍ଗିର(ଓଡ଼ିଶା ରିପୋର୍ଟର): ମହେଶ୍ୱର ସୁନାଙ୍କ ଘରେ ମଧ୍ୟାହ୍ନ ଭୋଜନ କଲେ ଅମିତ ଶାହା। ନିର୍ଦ୍ଧାରିତ ସମୟଠାରୁ ଅଧ ଘଣ୍ଟାଏ ବିଳମ୍ୱରେ ଶାହା ବଲାଙ୍ଗିର ଜିଲ୍ଲା ଦେଓଗାଁର ମହେଶ୍ୱର ସୁନାଙ୍କ ଘରେ ପହଞ୍ଚିଥିଲେ। ଘର ଦୁଆର ମୁହଁରେ ତାଙ୍କୁ ସ୍ୱାଗତ କରିଥିଲେ ମହେଶ୍ୱର ଓ ତାଙ୍କ ପତ୍ନୀ। ପରେ ତାଙ୍କୁ ଘର ଭିତରକୁ ପାଛୋଟି ନେଇ ଥିଲେ। ମାଟି ଘର ଭିତରେ ପଡ଼ିଥିବା ସପରେ ବସିଲେ ଶାହା। ତା&rsquo;ପରେ ମହେଶ୍ୱର ସୁନାଙ୍କ ପତ୍ନୀ ପତ୍ର ଖଲି ଓ ଦନାରେ ଖାଦ୍ୟ ପରଷି ଥିଲେ। ଶାହାଙ୍କ ସମେତ ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ ଓରାମ, ସଂଗୀତା ସିଂହଦେଓ, କେ.ଭି. ସିଂହଦେଓ ପ୍ରମୁଖ ଖାଇଥିଲେ। ପରେ ଶାହା, ମହେଶ୍ୱର ସୁନାଙ୍କ ପରିବାର ସହିତ କିଛି ସମୟ କଥା ହୋଇଥିଲେ। ଯୁବ ସମାବେଶରେ ଯୋଗଦେବା ପାଇଁ ବାହାରି ଯାଇଥିଲେ।</p><p>ଅମିତ ଶାହାଙ୍କ ପାଇଁ ସୁନା ପରିବାର ପକ୍ଷରୁ ଭାତ, ମୁଗ ଡାଲି, ଲିମ୍ୱଫୁଲ ଭଜା, ବହଲ ଫୁଲ ଭଜା, ଖିରି, ରାଶି ଲଡ଼ୁ, ବଡ଼ି, ଆରିଷାକାକରା ଇତ୍ୟାଦି ବ୍ୟଞ୍ଜନ ପ୍ରସ୍ତୁତ ହୋଇଥିଲା। ଶାହା ଓଡ଼ିଆ ହୋଇନଥିବାରୁ ଭାତ ସହିତ ରୁଟି ମଧ୍ୟ ହୋଇଥିଲା।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos