ରତ୍ନ ଭଣ୍ଡାର ଚାବି ବିବାଦକୁ ନେଇ ବିଜେପିର ହାଲ୍ଲାବୋଲ

ଭୂବନେଶ୍ୱର(ଓଡ଼ିଶା ରିପୋର୍ଟର): ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ରତ୍ନଭଣ୍ଡାର ଚାବି ହଜିବାକୁ ନେଇ ସାରା ରାଜ୍ୟରେ ଚାଲିଛି ତୁମ୍ବି ତୋଫାନ। ସରକାର ଛିଡ଼ା ହୋଇଛନ୍ତି କାଠଗଡ଼ାରେ। ସାରା ରାଜ୍ୟରେ ବିକ୍ଷୋଭ ପ୍ରଦର୍ଶନ ଚାଲିଥିବା ବେଳେ  ବିଜେପି କରିଛି ହାଲ୍ଲାବୋଲ।  ରାଜ୍ୟ ସରକାରଙ୍କ ଅବହେଳାକୁ ଦାୟୀ କରି ବିଜେପି କର୍ମୀ ଓ ନେତାମାନେ ଆନ୍ଦୋଳନ ଜାରି ରଖିଛନ୍ତି।  ଏହି ପ୍ରସଙ୍ଗରେ ଦଳ ଆଜି ସବୁ ଥାନାରେ ଏଫଆଇଆର୍ ଦେବ।

ଏହା ବ୍ୟତୀତ ଏକ ଭିନ୍ନ ଅନ୍ଦାଜରେ ବିକ୍ଷୋଭ ପ୍ରଦର୍ଶନ କରିବ ବିଜେପି। ଆସନ୍ତାକାଲିଠାରୁ ଦଳ ଜଗନ୍ନାଥ ମନ୍ଦିରଗୁଡ଼ିକରେ ଦୀପ ଦାନ କରିବ।

ଗତକାଲି ରାଜ୍ୟର ଅନେକ ସ୍ଥାନରେ ବିକ୍ଷୋଭ ଓ ପ୍ରତିବାଦ ସଭା କରିଥିଲା  ବିଜେପି।  ଦଳ ପ୍ରଶ୍ନ କରୁଛି ଯେ ରତ୍ନଭଣ୍ଡାର ଯାଞ୍ଚବେଳେ, ଏପ୍ରିଲ ୪ରେ ସରକାର ଚାବି ହଜିବା ଘଟଣା ଜାଣିଥିଲେ ବି  ପ୍ରକାଶ ନ କରି ଚୁପ୍ ରହିଥିଲେ କାହିଁକି? ଦଳ ଦାବି କରିଛି ଯେ, ମୁଖ୍ୟମନ୍ତ୍ରୀ ଏ ନେଇ ମୁହଁ ଖୋଲନ୍ତୁ ଓ ଚାବି କେଉଁଠି ଅଛି ଲୋକଙ୍କୁ ଜଣାନ୍ତୁ।

Previous ArticleNext Article

Send this to a friend