ବାଲେଶ୍ୱର: ଚିଟ୍‌ଫଣ୍ଡ ଘୋଟାଲା ପ୍ରସଙ୍ଗ ନେଇ ବିଜେପିର ବିକ୍ଷୋଭ

bjp protest

ବାଲେଶ୍ୱର:ଚିଟ୍‌ଫଣ୍ଡ ଘୋଟାଲାରେ ରାଜ୍ୟ ସରକାରଙ୍କ ସମ୍ପୃକ୍ତି ନେଇ ବାଲେଶ୍ୱରରେ ଜିଲ୍ଲା ବିଜେପି ପକ୍ଷରୁ ଗୁରୁବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରାଯିବା ସହ ଧାରଣା ଦିଆଯାଇଥିଲା। ବିଜେପି ପକ୍ଷରୁ ସଞ୍ଜୟ ଦାସବର୍ମାଙ୍କ ଇସ୍ତଫା ଓ ଚିଟ୍‌ଫଣ୍ଡ କମିଶନ ଅଧ୍ୟକ୍ଷ ଜଷ୍ଟିସ ଏମ୍‌ଏମ୍‌ ଦାସଙ୍କ ବହିଷ୍କାର ଦାବି କରାଯାଇଥିଲା। ସେହିଭଳି ରାସନକାର୍ଡ ବଣ୍ଟନରେ ଦୁର୍ନୀତି ସମେତ ଅନ୍ୟାନ୍ୟ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି ବିଜେପି ଏହି ଧାରଣା ଦେଇଥିଲା।

Previous ArticleNext Article

Send this to a friend