ପାର୍ଟି ଅଫିସରେ ଚଢ଼ାଉ ଘଟଣା: ବିଜେପି କହିଲା- ବିଜେଡି ଔଷଧ ବିକଳରେ ତାଟିଆ କାମୁଡୁଛି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେପି ପାର୍ଟି ଅଫିସରେ ପୋଲିସର ଚଢ଼ାଉକୁ ନେଇ ମୁହାଁମୁହିଁ ହୋଇଛନ୍ତି ବିଜେପି-ବିଜେଡି। ବିଜେପି ମୁଖପାତ୍ର ପୀତାମ୍ବର ଆଚାର୍ଯ୍ୟ ଅଭିଯୋଗ କହିଛନ୍ତି,“ବିଜେପୁର ଉପ ନିର୍ବାଚନରେ ବିଜେଡି ହାରିବା ଜାଣିବା ପରେ ଭୋକ ବିକଳରେ ତାଟିଆ କାମୁଡ଼ିଲା ଭଳି କାମ କରୁଛି।  ବିଜେଡି ବରଗଡ଼ ପୋଲିସକୁ ଲଗାଇ ନିଜ ସ୍ୱାର୍ଥ ହାସଲ ପାଇଁ କାମ କରୁଛି।  ବିଜେଡି ପ୍ରରୋଚନାରେ ପୋଲିସ ବିନା କାରଣରେ ବିଜେପି ପାର୍ଟି ଅଫିସରେ ଚଢ଼ାଉ କରି ଦଳୀୟ କର୍ମୀଙ୍କୁ ଦୁର୍ବ୍ୟବହାର କରିଛି।”

ଏହାର ଜବାବ ରଖି ବିଜେଡି। ଦଳର ମୁଖପାତ୍ର ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି,“ଦଳ ଲୋକବଳ ଏବଂ ସଂଗଠନ ଉପରେ ବିଶ୍ୱାସ କରେ।

ଅନ୍ୟପକ୍ଷରେ ଗାଇସିଲାଟ ଥାନାରେ ଧାରଣାରେ ବସିଥିବା ବିଜେପି ନେତା ଓ କର୍ମୀମାନେ ଉଠିଯାଇଛନ୍ତି। ପୋଲିସ ଡିଜି ଡାକ୍ତର ରାଜେନ୍ଦ୍ର ପ୍ରସାଦ ଶର୍ମାଙ୍କ ପ୍ରତିଶ୍ରୁତି ପରେ ବରଗଡ଼ ଜିଲ୍ଲା ଗାଇସିଲାଟ ଥାନା ଆଗରୁ ଧାରଣାରୁ ଉଠିଛନ୍ତି ବିଜେପି ନେତା। ବିଜେପି ବିଧାୟକ ଦଳ ନେତା କେ.ଭି. ସିଂହଦେଓଙ୍କ ସହ ଫୋନରେ ପୋଲିସ ଡିଜି କଥା ହେବା ପରେ ଆନ୍ଦୋଳନ ପ୍ରତ୍ୟାହାର କରାଯାଇଛି। ଡିଜିପି ଘଟଣାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବାକୁ ପ୍ରତିଶ୍ରୁତି ଦେବା ସହ ଗାଇସିଲାଟରେ ଜଣେ ସ୍ୱତନ୍ତ୍ର ପୋଲିସ ଅଧିକାରୀଙ୍କୁ ଦାୟିତ୍ୱ ଦେବାକୁ କହିଥିବା କେଭି ସୂଚନା ଦେଇଛନ୍ତି।

ଗତକାଲି ବିଳମ୍ବିତ ରାତିରେ ଗାଇସିଲାଟ ବିଜେପି ପାର୍ଟି ଅଫିସରେ ପୋଲିସର ଚଢ଼ାଉକୁ ଘଟଣାକୁ ଥାନା ଆଗରେ ଧାରଣା ଦେଇଥିଲା ବିଜେପି । ଘଟଣାର ପ୍ରତିବାଦ ସହ ଆଇଆଇସିଙ୍କ ବଦଳି ଦାବିରେ ବିଜେପି ନେତାମାନେ ଗତକାଲି ସାରା ରାତି ଧାରଣାରେ ବସିଥିଲେ। ଏଥିରେ ବିଧାୟକ କେଭି ସିଂଦେଓ ଓ ବିଧାୟକ ପ୍ରଦୀପ ପୁରୋହିତଙ୍କ ସମେତ ୫୦ରୁ ଅଧିକ କର୍ମୀମାନେ ସାମିଲ ହୋଇଥିଲେ। ଚଢ଼ାଉ ବେଳେ ପୋଲିସ କିଛି ମହିଳା ବିଜେପି କର୍ମୀଙ୍କୁ ଦୁର୍ବ୍ୟବହାର କରିଥିବା ନେଇ ବିଜେପି ନେତା ଅଭିଯୋଗ କରିଥିଲେ।

Ordigital Desk
• Published: Tuesday, 20 February 2018
• Updated: 20 February 2018, 12:29 PM IST

Sports

Latest News

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos