ମନ୍ତ୍ରୀଙ୍କ ଭାଇଙ୍କୁ ଆକ୍ରମଣ ଘଟଣା:ବିଜେପି କହିଲା- ବିନା ତଦନ୍ତରେ ଦୋଷ ଲଦିବା ବିଜେଡିର ଅଭ୍ୟାସ

bjp

ବରଗଡ଼(ଓଡିଶା ରିପୋର୍ଟର): ଗତକାଲି ବିଳମ୍ବିତ ରାତିରେ ବରଗଡ଼ ଜିଲ୍ଲା ସୋହେଲା ବ୍ଲକ୍ ବନାବିରା ଠାରେ ମନ୍ତ୍ରୀ ସୁଶାନ୍ତ ସିଂଙ୍କ ଭାଇ ସୁବ୍ରତ ସିଂଙ୍କୁ ଆକ୍ରମଣ ହୋଇଛି। ଏହି  ଘଟଣାରେ ବିଜେପି ସମ୍ପୃକ୍ତି ଅଭିଯୋଗ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛି ବିଜେପି। ଏକ ସାମ୍ୱାଦିକ ସମ୍ମିଳନୀରେ ବିଜେପି ବିଧାୟକ ପ୍ରଦୀପ ପୁରୋହିତ କହିଛନ୍ତି,“ ବିନା ତଦନ୍ତରେ ଦୋଷ ଲଦିବା ବିଜେଡିର ଅଭ୍ୟାସ। ବିଜେଡି କରିଥିବା ଅଭିଯୋଗ ଭିତ୍ତିହୀନ। ହିଂସାକୁ ବିଜେପି ନିନ୍ଦା କରୁଛି। ମନ୍ତ୍ରୀଙ୍କ ଭାଇଙ୍କର ସେହି ଅଞ୍ଚଳରେ ଅପରାଧିକ ପୃଷ୍ଠଭୂମି ରହିଛି। ଟେଣ୍ଡର ଫିକ୍ସିଂର ପୂର୍ବ ଶତ୍ରୁତାକୁ ନେଇ ଏଭଳି କାଣ୍ଡ ହୋଇଛି।”

ସେ ଆହୁରି କହିଛନ୍ତି,“ସୁବ୍ରତ ସିଂ  ରାତି ୧୨ଟାରେ ସେଠାରେ କ’ଣ କରୁଥିଲେ। ତେଣୁ ତାଙ୍କର ଅପରାଧିକ ପୃଷ୍ଠଭୂମିର ଯାଞ୍ଚ ହେଉ।”

ଏନେଇ ପ୍ରଦୀପ ଅଧିକ କ’ଣ କହୁଛନ୍ତି ଦେଖନ୍ତୁ ଭିଡ଼ିଓ

Previous ArticleNext Article

Send this to a friend