ମୁହାଁମୁହିଁ: ଧର୍ମେନ୍ଦ୍ର କହିଲେ ୧୦୦ କର୍ମଚାରୀଙ୍କୁ ପଠାଉଛନ୍ତି ପାଣ୍ଡିଆନ୍, ଜବାବରେ ପ୍ରସନ୍ନ କହିଲେ ଧର୍ମେନ୍ଦ୍ର ପେଟ୍ରୋଲ ପମ୍ପ କର୍ମଚାରୀଙ୍କୁ ଧମକାଇ ଥିଲେ
ବରଗଡ଼(ଓଡ଼ିଶା ରିପୋର୍ଟର): ବିଜେପୁରରେ ମୁକ୍ତ ଓ ଅବାଧ ନିର୍ବାଚନ ନେଇ ବିଜେପି ଆଶଙ୍କା ପ୍ରକାଶ କରିଛି। ଏ ନେଇ ଆଜି ବରଗଡ଼ ଜିଲ୍ଲା ପ୍ରଶାସନ ସହ ବିଜେପିର ଏକ ଟିମ୍ ଆଲୋଚନା କରିଛି। ଏହାସହ ବରଗଡ଼ରେ ସାମ୍ବାଦିକ ସମ୍ମିଳନୀ କରି ସାଂଘାତିକ ଅଭିଯୋଗ ଆଣିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେ କହିଛନ୍ତି,“ ବିଜେପୁରକୁ ଶହେ କର୍ମଚାରୀଙ୍କୁ ପଠାଉଛନ୍ତି ପାଣ୍ଡିଆନ। ସେମାନଙ୍କୁ ସ୍ୱତନ୍ତ୍ର ଭାବେ ଛୁଟି ଦେଇ ବିଜେପୁର ପଠାଉଛନ୍ତି।”
ସେହିପରି ପାଣ୍ଡିଆନଙ୍କ ସହ ତୃତୀୟ ମହଲାର ଅନ୍ୟ ୪ ଅଫିସର କୁଟ୍ଟେ, ଗୋପବନ୍ଧୁ, ପ୍ରଦୀପ୍ତ ଏବଂ ରୁପାରୋସନଙ୍କ ନାଁ ନେଇ ଧର୍ମେନ୍ଦ୍ର କହିଛନ୍ତି,“ବିଜେଡି ସହ ନୁହେଁ ବରଂ CMO ଅଧିକାରୀଙ୍କ ସହ ବିଜେପୁରରେ ଲଢେଇ ହେଉଛି। ଏନେଇ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଅଭିଯୋଗ କରାଯିବ।”
ମନ୍ତ୍ରୀ ସୁଶାନ୍ତ ସିଂହଙ୍କୁ ମଧ୍ୟ ସିଧାସଳଖ ଟାର୍ଗେଟ୍ କରି ଧର୍ମେନ୍ଦ୍ର କହିଛନ୍ତି,“ ଆଜି ସଂଧ୍ୟା ପରେ ମନ୍ତ୍ରୀଙ୍କୁ ସେଠାରୁ ତଡ଼ିପାର କରାଯାଉ। ସୁଶାନ୍ତ ସିଂ ନିର୍ବାଚନ ବେଳେ ଅଘଟଣ ଘଟାଇ ପାରନ୍ତି ତେଣୁ ତାଙ୍କୁ ଭିଡିଓ ସର୍ଭେଲାନ୍ସରେ ରଖାଯାଉ।”
ଅନ୍ୟପକ୍ଷରେ ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ନାଁରେ ସଙ୍ଗୀନ ଅଭିଯୋଗ ଆଣିଲା ବିଜେଡି।  ଏକ ସାମ୍ୱାଦିକ ସମ୍ମିଳନୀରେ ସାଂସଦ ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି,“ ୩ ଦିନ ତଳେ ବିଜେପୁରର ଏକ ପେଟ୍ରୋଲ ପମ୍ପକୁ ଧର୍ମେନ୍ଦ୍ର ଯାଇଥିଲେ। ସେଠି କର୍ମଚାରୀଙ୍କୁ ଗାଳି ଦେଇ ମାଲିକଙ୍କୁ ଡାକିବାକୁ କହିଥିଲେ। ସଂପୃକ୍ତ ମାଲିକ ପୂର୍ବରୁ କଂଗ୍ରେସରେ ଥିଲେ, ଏବେ ବିଜେଡିରେ ଅଛନ୍ତି। ସେ ବାହାରେ ଥିବାରୁ ଆସି ପାରିବେନି ବୋଲି କହିଥିଲେ। ତା’ ପରଦିନ ପେଟ୍ରୋଲିୟମ ଅଧିକାରୀ ପହଞ୍ଚି ପମ୍ପ ବନ୍ଦ କରିଥିଲେ। ଏହା କ’ଣ ଆଚରଣବିଧିର ଉଲ୍ଲଂଘନ ନୁହେଁ କି।”
Ordigital Desk
• Published: Thursday, 22 February 2018
• Updated: 22 February 2018, 02:35 PM IST
Sports
Latest News
telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Trending
Photos
Videos