ଅଧାବୁଡ଼ା ‘ବ୍ଲାକରୋଜ’କୁ ନେଇ ମତ୍ସ୍ୟଜୀବୀ ଆଶଙ୍କିତ

ପାରାଦୀପ (ଏନ୍.ଏମ୍.ବୈଶାଖ): ବୁଡ଼ି ଯାଇଥିବା ‘ବ୍ଲାକରୋଜ୍‌’ ନେଇ ପରିବେଶ ଓ ମତ୍ସ୍ୟଜୀବୀଙ୍କ ପାଇଁ ବିପଦ। ଗୋଟିଏ ପଟେ ଏହା ପଛରେ ଥିବା ଜାଲ୍ କାରବାର ଉପରୁ ପର୍ଦ୍ଦା ହଟେଇବା ଲାଗି ସିବିଆଇ ତଦନ୍ତକୁ ଅପେକ୍ଷା କରାଯାଇଥିବା ବେଳେ ଅନ୍ୟପଟେ ଅଧା ବୁଡ଼ି ରହିଥିବା ଜାହାଜ ସୃଷ୍ଟି କରୁଛି ସମସ୍ୟା। ପାରାଦୀପ ନିକଟ ସମୁଦ୍ର ଭିତରେ ବୁଡ଼ାଯାଇଥିବା ବ୍ଲାକରୋଜ୍ ଯୋଗୁଁ ଟ୍ରଲର୍‌ ଯିବା ଆସିବାରେ ସମସ୍ୟା ଦେଖାଦେଉଛି। ୨୦୦୯ ସେପ୍ଟେମ୍ବର ୯ ତାରିଖରେ ଚାଇନାକୁ ଲୁହାପଥର ରପ୍ତାନୀ ପାଇଁ […]

black_rose_2

black_rose_2

Rakesh Mallick
  • Published: Friday, 06 July 2018
  • Updated: 06 July 2018, 10:11 PM IST

Sports

Latest News

ପାରାଦୀପ (ଏନ୍.ଏମ୍.ବୈଶାଖ): ବୁଡ଼ି ଯାଇଥିବା ‘ବ୍ଲାକରୋଜ୍‌’ ନେଇ ପରିବେଶ ଓ ମତ୍ସ୍ୟଜୀବୀଙ୍କ ପାଇଁ ବିପଦ। ଗୋଟିଏ ପଟେ ଏହା ପଛରେ ଥିବା ଜାଲ୍ କାରବାର ଉପରୁ ପର୍ଦ୍ଦା ହଟେଇବା ଲାଗି ସିବିଆଇ ତଦନ୍ତକୁ ଅପେକ୍ଷା କରାଯାଇଥିବା ବେଳେ ଅନ୍ୟପଟେ ଅଧା ବୁଡ଼ି ରହିଥିବା ଜାହାଜ ସୃଷ୍ଟି କରୁଛି ସମସ୍ୟା। ପାରାଦୀପ ନିକଟ ସମୁଦ୍ର ଭିତରେ ବୁଡ଼ାଯାଇଥିବା ବ୍ଲାକରୋଜ୍ ଯୋଗୁଁ ଟ୍ରଲର୍‌ ଯିବା ଆସିବାରେ ସମସ୍ୟା ଦେଖାଦେଉଛି।

୨୦୦୯ ସେପ୍ଟେମ୍ବର ୯ ତାରିଖରେ ଚାଇନାକୁ ଲୁହାପଥର ରପ୍ତାନୀ ପାଇଁ ପାରାଦୀପ ଆସି ବୁଡ଼ିଯାଇଲା ‘ବ୍ଲାକରୋଜ୍’। କୂଳଠାରୁ ପ୍ରାୟ ୪ କିଲୋମିଟର ଦୂରରେ ଜାହାଜ ଯେଉଁଠି ବୁଡ଼ିଥିଲା, ଆଜି ବି ସେଇଠି ଅଛି। ସମୁଦ୍ର ବାଲିରେ ପୋତି ହୋଇ ଏବେ ୧୫ ପ୍ରତିଶତ ଉପରକୁ ଦେଖାଯାଉଛି। ବାକି ୮୫ ପ୍ରତିଶତ ବୁଡ଼ିଯାଇଛି। ଏହି ଜାହାଜ ଏବେ ମତ୍ସ୍ୟଜୀବୀଙ୍କ ପାଇଁ ଭୟଙ୍କର ବିପଦ ପାଲଟିଛି। ପ୍ରତିକୂଳ ପାଗକୁ ଦେଖି ଦ୍ରୁତଗତିରେ ଟ୍ରଲର୍ ଧରି କୂଳକୁ ଫେରିବା ବେଳେ ଜାହାଜ ସହ ପିଟି ହୋଇଯିବାର ଆଶଙ୍କା ଘାରିଛି ମତ୍ସ୍ୟଜୀବୀଙ୍କୁ। କାରଣ ଜାହାଜବୁଡ଼ି ସ୍ଥାନରେ ନା କୌଣସି ସତର୍କ ଆଲୋକ ଜଳୁଛି ନା କୌଣସି ବଇଁଆ କାମ କରୁଛି। ଦୀର୍ଘ ବର୍ଷ ହେଲାଣି ଏଠାରେ ଥିବା ବଇଁଆ ଅଚଳ ହୋଇପଡ଼ିଛି।

ଦୁର୍ଘଟଣାଗ୍ରସ୍ତ ଏହି ‘ବ୍ଲାକରୋଜ୍’ ଯେ ଖାଲି ମତ୍ସ୍ୟଜୀବୀଙ୍କ ପାଇଁ ବିପଦ ପାଲଟିଛି ତାହା ନୁହେଁ, ସାମୁଦ୍ରିକ ଜୀବ ଓ ପରିବେଶ ଉପରେ ମଧ୍ୟ ପ୍ରଭାବ ପକାଉଛି। କାରଣ ଜାହାଜରେ ଲୋଡ ହୋଇଥିବା ୨୩ ହଜାର ଟନ୍‌ରୁ ଅଧିକ ଲୁହାପଥର ପାଣି ଭିତରେ ବୁଡ଼ି ରହିଛି। ଫଳରେ ଜଳ ପ୍ରଦୂଷିତ ହେବା ସହ ବିରଳ ଛୋଟ ସାମୁଦ୍ରିକ ଜୀବ ଗୁଡ଼ିକ ମୃତ୍ୟୁମୁଖରେ ପଡୁଥିବା ଆଶଙ୍କା କରାଯାଉଛି। ପୂର୍ବରୁ ପାରାଦୀପ ବନ୍ଦର ପକ୍ଷରୁ ୧୮ କୋଟି ଟଙ୍କା ଖର୍ଚ୍ଚ କରାଯାଇ ଜାହାଜରୁ ତେଲ କଢ଼ାଯାଇଥିଲା। କିନ୍ତୁ ବର୍ତ୍ତମାନ ସୁଦ୍ଧା ଏହି ଜାହାଜକୁ ଅପସାରଣ ପାଇଁ କୌଣସି ପଦକ୍ଷେପ ନିଆଯାଇ ନାହିଁ। ତେବେ ଏ ସମ୍ପର୍କରେ ଉପରୁ ନିର୍ଦ୍ଦେଶକୁ ଅପେକ୍ଷା କରାଯାଇଛି ବୋଲି ବନ୍ଦର କର୍ତ୍ତୃପକ୍ଷ କହିଛନ୍ତି।

ଆଗକୁ ବ୍ଲାକରୋଜ୍ କେଳେଙ୍କାରୀର ତଦନ୍ତ କରିବ ସିବିଆଇ। ତେଣୁ ତଦନ୍ତ ସରିବା ପରେ ଏହି ବ୍ଲାକରୋଜକୁ ଅପସାରଣ କରାଯିବ ନା ଅପସାରଣ ବାବଦକୁ ହେବାକୁ ଥିବା ଖର୍ଚ୍ଚକୁ ନେଇ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ଆଉ ଏକ ବିବାଦ ଉପୁଜିବ, ତାକୁ ଏବେ ଅପେକ୍ଷା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story