ଚିଲିକା ମଝିରେ ଘଣ୍ଟାଏ

ବ୍ରହ୍ମପୁର (ଓଡ଼ିଶା ରିପୋର୍ଟର): ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଚିଲିକା ମଝିରେ ଅଟକିଲା ଯାତ୍ରୀବାହୀ ଡଙ୍ଗା। ପ୍ରାୟ ଘଣ୍ଟାଏ ଧରି ଚିଲିକା ଜଳରାଶିରେ ରହିବା ପରେ ଅନ୍ୟଏକ ଯାତ୍ରୀବାହୀ ଡଙ୍ଗା ଦ୍ୱାରା ଲୋକଙ୍କୁ ଉଦ୍ଧାର କରାଯାଇଥିଲା। କହିବାକୁ ଗଲେ, ଏକ ବଡ଼ ଧରଣର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ୩୬ରୁ ଅଧିକ ଯାତ୍ରୀ। କେମିତି ଘଟିଲା ଅଘଟଣ?: ଆଜି ଦିନ ପ୍ରାୟ ଗୋଟାଏ ବେଳେ ଜହ୍ନିକୁଦା ଘାଟିରୁ ୩୬ ଜଣ ଯାତ୍ରୀଙ୍କୁ ନେଇ ଏକ ଡଙ୍ଗା ସାତପଡ଼ା ଅଭିମୁଖେ […]

chilika1

chilika1

Rakesh Mallick
  • Published: Tuesday, 10 July 2018
  • Updated: 10 July 2018, 06:29 PM IST

Sports

Latest News

ବ୍ରହ୍ମପୁର (ଓଡ଼ିଶା ରିପୋର୍ଟର): ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଚିଲିକା ମଝିରେ ଅଟକିଲା ଯାତ୍ରୀବାହୀ ଡଙ୍ଗା। ପ୍ରାୟ ଘଣ୍ଟାଏ ଧରି ଚିଲିକା ଜଳରାଶିରେ ରହିବା ପରେ ଅନ୍ୟଏକ ଯାତ୍ରୀବାହୀ ଡଙ୍ଗା ଦ୍ୱାରା ଲୋକଙ୍କୁ ଉଦ୍ଧାର କରାଯାଇଥିଲା। କହିବାକୁ ଗଲେ, ଏକ ବଡ଼ ଧରଣର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ୩୬ରୁ ଅଧିକ ଯାତ୍ରୀ।

କେମିତି ଘଟିଲା ଅଘଟଣ?: ଆଜି ଦିନ ପ୍ରାୟ ଗୋଟାଏ ବେଳେ ଜହ୍ନିକୁଦା ଘାଟିରୁ ୩୬ ଜଣ ଯାତ୍ରୀଙ୍କୁ ନେଇ ଏକ ଡଙ୍ଗା ସାତପଡ଼ା ଅଭିମୁଖେ ବାହାରିଥିଲା। ତେବେ ଡଙ୍ଗାଟି ବାହାରିବାର ୧୫ ମିନଟ୍‌ ପରେ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିଲା। ଚିଲିକା ମଝିରେ ଚାଳକ ଡଙ୍ଗାକୁ ମରାମତି କରିବା ପାଇଁ ଚେଷ୍ଟା କରିଥିଲେ। ମାତ୍ର ସମ୍ଭବ ନହେବାରୁ ଯାତ୍ରୀଙ୍କ ମଧ୍ୟରେ ଭୟର ବାତାବରଣ ଖେଳି ଯାଇଥିଲା। ଏହି ସମୟରେ ଆସୁଥିବା ଆଉଏକ ଡଙ୍ଗା ଦ୍ୱାରା ଯାତ୍ରୀମାନଙ୍କୁ ଉଦ୍ଧାର କରାଯାଇଥିଲା।

ଜୁନ୍‌ ୧୦ ତାରିଖରେ ଚିଲିକାରେ ଘଟିଥିଲା ଏକ ବଡ଼ ଦୁର୍ଘଟଣା। ବାଳବୈଶାଖୀ ଯୋଗୁ ଡଙ୍ଗା କାଳିଜାଈ ଗଣ୍ଡରେ ବୁଡ଼ି ଯାଇଥିଲା ଫଳରେ ୫ ଜଣଙ୍କର ମୃତ୍ୟୁ ହୋଇଥିଲା ଓ ୧୧ ଜଣଙ୍କୁ ଉଦ୍ଧାର କରାଯାଇ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା। ଏହି ଘଟଣାରେ ଡଙ୍ଗା ଚାଳକ ମଧ୍ୟ ଗିରଫ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos