ସର୍ଭେ କରିବାକୁ ଯାଉଥିଲେ: ଘଟିଲା ଅଘଟଣ, ଫସିଗଲେ ଦୁଇ ଅଧିକାରୀ

ଅନୁଗୋଳ (ବିରଜା ଦାସ): ଲୁହାଗୁଣ୍ଡ ପାଇପ୍‌ ଲାଇନ୍‌ ପାଇଁ ବ୍ୟାରେଜ ଭିତରେ ସର୍ଭେ କରିବାକୁ ଯାଇଥିଲେ। ହଠାତ ପ୍ରବଳ ବେଗରେ ପାଣି ଆସିବାରୁ ଭାରସାମ୍ୟ ହରାଇ ବୁଡ଼ିଗଲା ଟଙ୍ଗା। ୩ ଜଣ ଶ୍ରମିକ ପାହଁରି ପହଁରି କୂଳକୁ ଆସିଲେ। ହେଲେ ୨ ଜଣ ଅଧିକାରୀ ଏବେ ମଧ୍ୟ ନିଖୋଜ ଅଛନ୍ତି। ଆଜି ଏପରି ଦୁର୍ଘଟଣା ଅନୁଗୋଳ ଜିଲ୍ଲା ସମଲ ବ୍ୟାରେଜରେ ଘଟିଛି। କେନ୍ଦୁଝରରୁ ଅନୁଗୋଳକୁ ପାଇପ୍‌ ଲାଇନ୍‌ରେ ଲୁହା ଗୁଣ୍ଡ ଆସିବ। ଏଥିପାଇଁ ସମଲ ବ୍ୟାରେଜର ତଳ […]

boat drowned in angul

boat drowned in angul

Rakesh Mallick
  • Published: Thursday, 31 May 2018
  • Updated: 01 June 2018, 07:57 AM IST

ଅନୁଗୋଳ (ବିରଜା ଦାସ): ଲୁହାଗୁଣ୍ଡ ପାଇପ୍‌ ଲାଇନ୍‌ ପାଇଁ ବ୍ୟାରେଜ ଭିତରେ ସର୍ଭେ କରିବାକୁ ଯାଇଥିଲେ। ହଠାତ ପ୍ରବଳ ବେଗରେ ପାଣି ଆସିବାରୁ ଭାରସାମ୍ୟ ହରାଇ ବୁଡ଼ିଗଲା ଟଙ୍ଗା। ୩ ଜଣ ଶ୍ରମିକ ପାହଁରି ପହଁରି କୂଳକୁ ଆସିଲେ। ହେଲେ ୨ ଜଣ ଅଧିକାରୀ ଏବେ ମଧ୍ୟ ନିଖୋଜ ଅଛନ୍ତି। ଆଜି ଏପରି ଦୁର୍ଘଟଣା ଅନୁଗୋଳ ଜିଲ୍ଲା ସମଲ ବ୍ୟାରେଜରେ ଘଟିଛି।

କେନ୍ଦୁଝରରୁ ଅନୁଗୋଳକୁ ପାଇପ୍‌ ଲାଇନ୍‌ରେ ଲୁହା ଗୁଣ୍ଡ ଆସିବ। ଏଥିପାଇଁ ସମଲ ବ୍ୟାରେଜର ତଳ ମୁଣ୍ଡରେ ସର୍ଭେ କରାଯାଉଥିଲା। ଏକ ଠିକା ସଂସ୍ଥାର ଅପରେଟର ତଥା ପର୍ଜଙ୍ଗ ଅଞ୍ଚଳର ଅଶୋକ ଆଇଚ, ବ୍ରହ୍ମପୁର ଇଞ୍ଜିନିୟ ରମେଶ ଶତପଥୀ ଓ ୩ ଜଣ ଶ୍ରମିକ ଡଙ୍ଗାରେ ଯାଇ ବ୍ୟାରେଜ ଭିତରେ ସର୍ଭେ କରୁଥିଲେ। ବ୍ୟାରେଜର ଦୁଇଟି ଗେଟ୍‌ ଖୋଲି ଦିଆଗଲା। ଯାହାଫଳରେ ଜଳ ଭଣ୍ଡାର ଜଳସ୍ତର ବୃଦ୍ଧି ପାଇଥିଲା। ଏହି ସମୟରେ ବ୍ୟାରେଜ ମଝିରେ ଥିବା ଡଙ୍ଗାଟି ବୁଡ଼ି ଯାଇଥିଲେ। ଜୀବନ ବିକଳରେ ଦୁଇ ଜଣ ଶ୍ରମିକ ପହଁରି ପହଁରି କୂଳକୁ ଆସିଥିଲେ। ମାତ୍ର ଠିକା ସଂସ୍ଥାର ଅପରେଟର ଅଶୋକ ଓ ଇଞ୍ଜିନିୟର ରମେଶଙ୍କ ପତ୍ତା ମିଳୁନି। ଅଗ୍ନିଶମ ଓ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos