ମୁଣ୍ଡରୁ ଦୋଷ ଖସାଇଲା ପ୍ରଶାସନ, ସବୁ ଭୁଲ ପବନର

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମୁଣ୍ଡରୁ ଦୋଷ ଖସାଇଲା ପ୍ରଶାସନ। ସବୁ ଦୋଷ ପବନର! ଚିଲିକା ମଝିରେ ପ୍ରବଳ ପବନ ବହିବାରୁ କାଳିଜାଈ ଗଣ୍ଡରେ ବୁଡ଼ିଗଲା ଡଙ୍ଗା। ଚାଲିଗଲା ୬ ଜଣଙ୍କ ଜୀବନ। ମାତ୍ର ଏଥିରେ ପ୍ରଶାସନର କିଛି ଭୁଲ ନାହିଁ। ଚିଲିକା ଡଙ୍ଗା ବୁଡ଼ି ଘଟଣାର ତଦନ୍ତ କରୁଥିବା ଅନ୍ତର୍ଦେଶୀୟ ଜଳପଥ ନିର୍ଦ୍ଦେଶାଳୟ ନିର୍ଦ୍ଦେଶକଙ୍କ ପ୍ରାଥମିକ ରିପୋର୍ଟରୁ ଏହା ସ୍ପଷ୍ଟ ହୋଇଛି। ରିପୋର୍ଟରେ ଆହୁରି ମଧ୍ୟ କୁହାଯାଇଛି, ଡଙ୍ଗାରେ ପର୍ଯ୍ୟାପ୍ତ ପରିମାଣର ଲାଇଫ୍ ଜ୍ୟାକେଟ ଓ ଲାଇଫ୍‌ […]

danga

danga

Rakesh Mallick
  • Published: Friday, 22 June 2018
  • Updated: 22 June 2018, 04:59 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମୁଣ୍ଡରୁ ଦୋଷ ଖସାଇଲା ପ୍ରଶାସନ। ସବୁ ଦୋଷ ପବନର! ଚିଲିକା ମଝିରେ ପ୍ରବଳ ପବନ ବହିବାରୁ କାଳିଜାଈ ଗଣ୍ଡରେ ବୁଡ଼ିଗଲା ଡଙ୍ଗା। ଚାଲିଗଲା ୬ ଜଣଙ୍କ ଜୀବନ। ମାତ୍ର ଏଥିରେ ପ୍ରଶାସନର କିଛି ଭୁଲ ନାହିଁ। ଚିଲିକା ଡଙ୍ଗା ବୁଡ଼ି ଘଟଣାର ତଦନ୍ତ କରୁଥିବା ଅନ୍ତର୍ଦେଶୀୟ ଜଳପଥ ନିର୍ଦ୍ଦେଶାଳୟ ନିର୍ଦ୍ଦେଶକଙ୍କ ପ୍ରାଥମିକ ରିପୋର୍ଟରୁ ଏହା ସ୍ପଷ୍ଟ ହୋଇଛି। ରିପୋର୍ଟରେ ଆହୁରି ମଧ୍ୟ କୁହାଯାଇଛି, ଡଙ୍ଗାରେ ପର୍ଯ୍ୟାପ୍ତ ପରିମାଣର ଲାଇଫ୍ ଜ୍ୟାକେଟ ଓ ଲାଇଫ୍‌ ବୟ ଥିଲା। ଡଙ୍ଗାରେ ୧୫ ଜଣ ବସିବାକୁ ଜାଗା ଥିବା ବେଳେ ୨୦ଟି ଜ୍ୟାକେଟ ଥିଲା। ହେଲେ ଚିଲିକା ମଝିରେ ପ୍ରବଳ ପବନ ବହିବାରୁ ଡଙ୍ଗା ବୁଡ଼ିଗଲା।

ଗତ ୧୬ ତାରିଖରେ ଭୁବନେଶ୍ୱର ଓ ନୟାଗଡ଼ ଅଞ୍ଚଳର କିଛି ପର୍ଯ୍ୟଟକ ମାଆ କାଳିଜାଈଙ୍କୁ ଦର୍ଶନ କରିବାକୁ ଯାଇଥିଲେ। ମାଆଙ୍କୁ ଦର୍ଶନ କରି ଫେରିବା ବେଳେ ଚିଲିକା ମଝିରେ କାଳବୈଶାଖୀ ପ୍ରଭାବରେ ବର୍ଷା ଓ ପବନ ହୋଇଥିଲା। ନାଉରିଆ ନାଆ ସମ୍ଭାଳି ପାରିଲେ ନାହିଁ। ଗଣ୍ଡରେ ବୁଡ଼ିଗଲା ଡଙ୍ଗା। ଉଦ୍ଧାରକାରୀ ଦଳ ଗଣ୍ଡରୁ ୧୧ ଜଣଙ୍କୁ ଉଦ୍ଧାର କରି ମେଡ଼ିକାଲରେ ଭର୍ତ୍ତି କରିଥିଲେ। ଗଣ୍ଡରୁ ଜଣେ ଶିଶୁଙ୍କ ସମେତ ୬ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ଏହାକୁ ନେଇ ସମଗ୍ର ରାଜ୍ୟରେ ଆଲୋଡ଼ନ ଖେଳି ଯାଇଥିଲା। ବିଭିନ୍ନ ମହଲରୁ ସମାଲୋଚନାରେ ଶିକାର ହେବା ପରେ ରାଜ୍ୟ ସରକାର ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ଅନ୍ତର୍ଦେଶୀୟ ଜଳପଥ ନିର୍ଦ୍ଦେଶାଳୟ ଆଜି ତଦନ୍ତ ରିପୋର୍ଟ ଦାଖଲ କରିଛି। ଏଥିରେ ପବନକୁ ହିଁ ଦାୟୀ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story