ସମୁଦ୍ର ମଝିରେ ବୁଡ଼ିଗଲା ବୋଟ୍‌, ତା’ପରେ…

boad

କେନ୍ଦ୍ରାପଡ଼ା: ଘନ କୁହୁଡ଼ି ଯୋଗୁଁ ସମୁଦ୍ର ମଝିରେ ଟ୍ରଲର ଓ ବୋଟ୍‌ ମଧ୍ୟରେ ହେଲା ଧକ୍କା। ଧକ୍କା ପରେ ବୁଡ଼ି ଯାଇଥିଲା ବୋଟ୍‌।  ଭାସିଯାଇଥିଲେ ସେଥିରେ ବସିଥିବା ୬ ମତ୍ସଜୀବୀ। ତେବେ ଅଳ୍ପ କିଛି ଦୂରରେ ଅନ୍ୟ ଏକ ବୋଟ୍‌ରେ ମାଛ ମାରୁଥିବା ମତ୍ସ୍ୟଜୀବୀମାନେ ସେମାନଙ୍କୁ ଉଦ୍ଧାର କରିଥିଲେ। ଏହାସହ ବୁଡ଼ି ଯାଇଥିବା ବୋଟ୍‌କୁ ମଧ୍ୟ ସମୁଦ୍ର ମଝିରୁ କୂଳକୁ ଆଣିଥିଲେ।

ଉଦ୍ଧାର ମତ୍ସ୍ୟଜୀବୀଙ୍କ ଘର ମହାକାଳପଡ଼ାର ଖରନାସି ଓ ରାମନଗରରେ ବୋଲି ଜଣାପଡ଼ିଛି। ଧକ୍କା ଦେଇଥିବା ଟ୍ରଲର ଭଦ୍ରକ ଜିଲ୍ଲାର ବୋଲି କୁହାଯାଉଛି। ବନ ବିଭାଗ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି।

Previous ArticleNext Article

Send this to a friend