ବଲାଙ୍ଗିର: ବିଦ୍ୟୁତ ସଂସ୍ପର୍ଶରେ ଆସି ବାଳକ ମୃତ

ବଲାଙ୍ଗିର: ବଲାଙ୍ଗିର ସହର ଖଲିଆପାଲିଠାରେ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଜଣେ ୬ ବର୍ଷର ବାଳକର ମୃତ୍ୟୁ ଘଟିଛି । ମୃତକ ଜଣଙ୍କ ହେଲେ ଖଲିଆପାଲିର ଦୀପକ କୁମାରଙ୍କ ଏକମାତ୍ର ପୁଅ ମଞ୍ଜିତ କୁମାର ପ୍ରାଥମିକ ସ୍କୁଲରେ ପ୍ରଥମ ଶ୍ରେଣୀରେ ପାଠ ପଢୁଥିଲା। ଆଜି ଖାଇବା ଛୁଟି ସମୟରେ ଘରକୁ ଆସିଥିବା ବେଳେ ପାଖରେ ଥିବା ପଡୋଶୀ ଘର ପାଖରେ ୫ଜଣ ବାଳକ ଖେଳକୁଦ କରୁଥିଲେ। ଘର ମାଳିକ ଘର ଉପରୁ ଯାଇଥିବା ବିଦ୍ୟୁତ୍ ତାରରୁ ବେଆଇନ୍ ଭାବରେ […]

child dead

child dead

Rakesh Mallick
  • Published: Wednesday, 22 July 2015
  • Updated: 22 July 2015, 01:36 PM IST

Sports

Latest News

ବଲାଙ୍ଗିର: ବଲାଙ୍ଗିର ସହର ଖଲିଆପାଲିଠାରେ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଜଣେ ୬ ବର୍ଷର ବାଳକର ମୃତ୍ୟୁ ଘଟିଛି । ମୃତକ ଜଣଙ୍କ ହେଲେ ଖଲିଆପାଲିର ଦୀପକ କୁମାରଙ୍କ ଏକମାତ୍ର ପୁଅ ମଞ୍ଜିତ କୁମାର ପ୍ରାଥମିକ ସ୍କୁଲରେ ପ୍ରଥମ ଶ୍ରେଣୀରେ ପାଠ ପଢୁଥିଲା। ଆଜି ଖାଇବା ଛୁଟି ସମୟରେ ଘରକୁ ଆସିଥିବା ବେଳେ ପାଖରେ ଥିବା ପଡୋଶୀ ଘର ପାଖରେ ୫ଜଣ ବାଳକ ଖେଳକୁଦ କରୁଥିଲେ। ଘର ମାଳିକ ଘର ଉପରୁ ଯାଇଥିବା ବିଦ୍ୟୁତ୍ ତାରରୁ ବେଆଇନ୍ ଭାବରେ ହୁକ୍ ପକାଇ ବିଦ୍ୟୁତ୍ ସଂଯୋଗ କରିଥିଲା। ଚୋରା ତାର ମାଟିରେ ଲାଗିକି ଯାଇଥିଲା। ମଞ୍ଜିତ ବିଦ୍ୟୁତ୍ ତାରକୁ ଅଜାଣତରେ ଧରି ପକାଇଥିଲା। ଫଳରେ ଘଟଣା ସ୍ଥଳରେ ତାର ମୃତ୍ୟୁ ହୋଇଯାଇଥିଲା। ବିଦ୍ୟୁତ୍ ବିଭାଗର ଅବହେଳା ଯୋଗୁଁ ଏଭଳି ଦୁର୍ଘଟଣା ଘଟିଥିବା ପଡାବାସୀ ଅଭିଯୋଗ କରିଛନ୍ତି। ଏ ନେଇ ଟାଉନ୍ ଥାନାକୁ ଯୋଗାଯୋଗ କରାଯିବାରେ କୌଣସି ଅଭିଯୋଗ ହୋଇ ନ ଥିବା ପୋଲିସ କହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos