ବଲାଙ୍ଗିର: ରେଲୱେ ଫାଟକ ନିକଟରୁ ଶିଶୁର ମୃତଦେହ ଉଦ୍ଧାର

child

ବଲାଙ୍ଗିର: ବଲାଙ୍ଗିର କଦମ୍ୱପଡା ରେଲୱେ ଫାଟକ ନିକଟସ୍ଥ ରେଳ ଲାଇନ୍ କଡରୁ ଆଜି ସକାଳେ ଏକ ଶିଶୁର ମୃତଦେହକୁ ଉଦ୍ଧାର କରାଯାଇଛି। ଶିଶୁଟିର ବୟସ ୧୦ରୁ୧୫ ଦିନର ହୋଇଥିବା ଅନୁମାନ କରାଯାଉଛି। ଶିଶୁଟିର ପରିଚୟ ମିଳିପାରିନାହିଁ। ସ୍ଥାନୀୟ ଲୋକେ ଶିଶୁଟିର ମୃତଦେହ ପଡିଥିବା ଦେଖି ଜିଆରପି ପୋଲିସ୍‌କୁ ଖବର ଦେଇଥିଲେ।

କିଏ କାହିଁକି ଏହି ଶିଶୁଟିକୁ ରେଳ ଲାଇନ୍ କଡରେ ପକାଇଲା, ଜୀବିତ ଶିଶୁକୁ ପକାଇଛି ନାଁ ମୃତ ଶିଶୁକୁ ଏ ନେଇ ଜିଆରପି ତଦନ୍ତ କରୁଛି।

ବଲାଙ୍ଗିର ଏଏସ୍ଆଇ.ଜିଆରପି  ମକାରୁ ସାହୁ କହିଛନ୍ତି, “ଶିଶୁଟିର କିଛି ପରିଚୟ ମିଳିନାହିଁ। ସାଧାରଣ ଲୋକ କହୁଛନ୍ତି ଏହି ଶିଶୁ ଆମର ନୁହେଁ। ”

Previous ArticleNext Article

Send this to a friend