ବଲାଙ୍ଗିର: ଟିମନ୍‌ର ବେଆଇନ କୋଠାକୁ ଭାଙ୍ଗିଲା ପ୍ରଶାସନ

bolangir

ବଲାଙ୍ଗିର: ବଲାଙ୍ଗିରର ଡନ୍ ଟିମନ୍ କୁମ୍ଭାରର ବେଆଇନ ନିର୍ମାଣକୁ ଆଜି ପୁଣି ପ୍ରଶାସନ ଉଚ୍ଛେଦ କରୁଛି। ଲର୍କିପାଲିରେ ସରକାରୀ ଜମିରେ ନିର୍ମିତ ଅଧା ଭଙ୍ଗା ଆଲିଶାନ କୋଠାକୁ ଭଙ୍ଗାଯାଉଛି। ଘଟଣାସ୍ଥଳରେ ମାଜିଷ୍ଟ୍ରେଟ୍‌ ଓ ପୋଲିସ୍ ଫୋର୍ସ ମୁତୟନ  ହୋଇଛନ୍ତି।

ଗତକାଲି ଲର୍କିପାଲି ସ୍ଥିତ ସରକାରୀ ଜମି ଉପରେ ନିର୍ମିତ ଘରକୁ ପୋକଲିନ୍ ମେସିନ ସାହାଯ୍ୟରେ ଭଙ୍ଗାଯାଇଥିଲା। ଏପ୍ରିଲ ୨୪ ତାରିଖରେ ଟିମନ କୁମ୍ଭାରକୁ ଗିରଫ କରାଯାଇଥିଲା। ଏହାପରେ ମେ’ ୭ ତାରିଖରୁ ଟିମନର ଜବରଦଖଲ ଉଚ୍ଛେଦ କାମ ଆରମ୍ଭ ହୋଇଥିଲା। ତେବେ ଦୁଇଦିନ ପରେ ମେସିନ ଅଭାବରୁ କାମ ବନ୍ଦ ହୋଇଥିଲା।

Previous ArticleNext Article

Send this to a friend