ତାରିଣୀଙ୍କୁ ଦର୍ଶନ କରି ଫେରୁଥିଲେ, ତା’ପରେ...  

ଆନନ୍ଦପୁର (ମୁନ୍ନା ସିଂ): ମାଆ ତାରିଣୀଙ୍କ ଦର୍ଶନ ସାରି ଫେରୁଥିବା ବେଳେ ଦୁର୍ଘଟଣା ଗ୍ରସ୍ତ ହେଲା ବୋଲେରୋ। ଫଳରେ ୧୨ ଜଣ ଗୁରୁତର ଆହତ ହୋଇଥିଲେ। ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେମାନଙ୍କ ମଧ୍ୟରୁ ଜଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଉଦ୍‌ବେଗଜନକ ଥିବା ଜଣାପଡ଼ିଛି। ପିଲାଙ୍କ ମୁଣ୍ଡନ ପାଇଁ କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଥାନା କଣ୍ଟିପାଳ ଗାଁର ଅର୍ଜୁନ ନାହାକଙ୍କ ପରିବାର ଲୋକେ ଘଟଗାଁ ଯାଇଥିଲେ। ମାଆ ତାରିଣୀଙ୍କୁ ଦର୍ଶନ […]

bolaro accident in anandpur

bolaro accident in anandpur

Rakesh Mallick
  • Published: Tuesday, 19 June 2018
  • Updated: 19 June 2018, 05:50 PM IST

Sports

Latest News

ଆନନ୍ଦପୁର (ମୁନ୍ନା ସିଂ): ମାଆ ତାରିଣୀଙ୍କ ଦର୍ଶନ ସାରି ଫେରୁଥିବା ବେଳେ ଦୁର୍ଘଟଣା ଗ୍ରସ୍ତ ହେଲା ବୋଲେରୋ। ଫଳରେ ୧୨ ଜଣ ଗୁରୁତର ଆହତ ହୋଇଥିଲେ। ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେମାନଙ୍କ ମଧ୍ୟରୁ ଜଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଉଦ୍‌ବେଗଜନକ ଥିବା ଜଣାପଡ଼ିଛି।

ପିଲାଙ୍କ ମୁଣ୍ଡନ ପାଇଁ କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଥାନା କଣ୍ଟିପାଳ ଗାଁର ଅର୍ଜୁନ ନାହାକଙ୍କ ପରିବାର ଲୋକେ ଘଟଗାଁ ଯାଇଥିଲେ। ମାଆ ତାରିଣୀଙ୍କୁ ଦର୍ଶନ ସାରି ଫେରୁଥିବା ବେଳେ ୨୦ ନମ୍ୱର ଜାତୀୟ ରାଜପଥର ଘଶିପୁରା ଶନି ମନ୍ଦିର ନିକଟରେ ଗାଡ଼ି ଦୁର୍ଘଟଣା ଗ୍ରସ୍ତ ହୋଇଥିଲା। ଘଶିପୁରା ପୋଲିସ ଖବର ପାଇଁ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos