ପାର୍ସଲ ବୋମା ବିସ୍ଫୋରଣ ମାମଲା: ତୁରନ୍ତ ନ୍ୟାୟ ଦେବାକୁ ଦାବି କଲେ ମୃତ ସୌମ୍ୟଶେଖରଙ୍କ ପତ୍ନୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣର ସ୍ୱାମୀ ଏବଂ ଜେଜେମାଆଙ୍କୁ ହରାଇଥିବା ରୀମାରାଣୀ ସାହୁ ଘଟଣାର ତୁରନ୍ତ ନ୍ୟାୟ ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି କରିଛନ୍ତି। ବିସ୍ଫୋରଣରେ ସେ ମଧ୍ୟ ଗୁରୁତର ଆହତ ହୋଇଥିଲେ। ତାଙ୍କୁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ୨୫ ଦିନ ପରେ ଗତକାଲି ଖବରକାଗଜରୁ ସେ ସ୍ୱାମୀଙ୍କ ମୃତ୍ୟୁ ସୂଚନା ପାଇଥିଲେ। ରୀମା ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରି କହିଛନ୍ତି, “ତାଙ୍କୁ ଶୀଘ୍ର ନ୍ୟାୟ  ଦିଆଯାଉ। ବିସ୍ଫୋରଣରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ତୁରନ୍ତ […]

bolangiri

bolangiri

Rakesh Mallick
  • Published: Wednesday, 21 March 2018
  • Updated: 21 March 2018, 02:49 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣର ସ୍ୱାମୀ ଏବଂ ଜେଜେମାଆଙ୍କୁ ହରାଇଥିବା ରୀମାରାଣୀ ସାହୁ ଘଟଣାର ତୁରନ୍ତ ନ୍ୟାୟ ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି କରିଛନ୍ତି। ବିସ୍ଫୋରଣରେ ସେ ମଧ୍ୟ ଗୁରୁତର ଆହତ ହୋଇଥିଲେ। ତାଙ୍କୁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ୨୫ ଦିନ ପରେ ଗତକାଲି ଖବରକାଗଜରୁ ସେ ସ୍ୱାମୀଙ୍କ ମୃତ୍ୟୁ ସୂଚନା ପାଇଥିଲେ।

ରୀମା ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରି କହିଛନ୍ତି, “ତାଙ୍କୁ ଶୀଘ୍ର ନ୍ୟାୟ  ଦିଆଯାଉ। ବିସ୍ଫୋରଣରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବାକୁ ପଦକ୍ଷେପ ନିଆଯାଉ।”

ସେ ଆହୁରି ଦାବି କରିଛନ୍ତି, “ପାର୍ସଲ କେଉଁଠୁ ଆସିଥିଲା ? କିଏ ଦେଇଥିଲା ? ତାହାର ସବିଶେଷ ଯାଞ୍ଚ କରାଯାଉ।”

ଏହାସହ ସେ କହିଛନ୍ତି, “ମୋ ସହ ଯାହା ହୋଇଛି, ଆଉ କାହା ସହ ନହେଉ। ମୁଁ କାହାକୁ ସନ୍ଦେହ କରୁନି। କାରଣ ସ୍ୱାମୀ ସୌମ୍ୟଶେଖରଙ୍କର କେହି ଶତ୍ରୁ ନଥିଲେ।”

ଅନ୍ୟପକ୍ଷରେ ଘଟଣାକୁ ପ୍ରାୟ ମାସେ ହୋଇଯାଇଥିଲେ ହଁ ବିସ୍ଫୋରଣ ଘଟଣାରେ ଏ ପର୍ଯ୍ୟନ୍ତ ପୋଲିସ କିଛି ସୁରାକ୍ ପାଇନାହିଁ। ପାର୍ସଲ ଆସିଥିବା ରାୟପୁର ଏବଂ ଅନ୍ୟ ସ୍ଥାନକୁ ଯାଇ ପୋଲିସ ତଦନ୍ତ କରିଥିଲେ ହେଁ ହାତ ଖାଲି ରହିଛି।

ଗତ ୨୩ ତାରିଖରେ ପାର୍ସଲ ବୋମା ବିସ୍ଫୋରଣରେ ପ୍ରାଣ ହରାଇଥିଲେ ରୀମାଙ୍କ ସ୍ୱାମୀ ସୌମ୍ୟଶେଖର ଓ ତାଙ୍କ ଜେଜେ ମାଆ।

ସେପଟେ ନ୍ୟାୟ ଆଶାରେ ଗତକାଲି ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ ମୃତ ସୌମ୍ୟଶେଖରଙ୍କ ମାଆ ଓ ବାହାଘରର ୫ଦିନ ପରେ ସ୍ୱାମୀଙ୍କୁ ହରାଇଥିବା ନବବିବାହିତା ରୀମାରାଣୀଙ୍କ ବାପା। ତଦନ୍ତ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଆଶ୍ୱାସନା ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos