ବିଜେପି ରାଜ୍ୟ ମୁଖ୍ୟ କାର୍ଯ୍ୟାଳୟକୁ ବୋମାମାଡ଼; ଦୁଇ ଗିରଫ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି କଟକ ଆସି ଫେରିଯାଇଥିବା ବେଳେ ଭୁବନେଶ୍ୱର ସ୍ଥିତ ରାଜ୍ୟ ବିଜେପିର ମୁଖ୍ୟ କାର୍ଯ୍ୟାଳୟରେ ହୋଇଛି ବୋମାମାଡ଼। ଦୁଇ ଜଣ ବ୍ୟକ୍ତି ଦୁଇଟି ବୋମା ଫିଙ୍ଗି ଚମ୍ପଟ୍ ମାରିଥିଲେ। ତେବେ ପୋଲିସ୍ ସେମାନଙ୍କୁ ଗିରଫ କରି ନେଇଛି। ଏହି ବୋମାମାଡ଼ରେ କେହି ଆହତ ହୋଇନାହାଁନ୍ତି ବା କିଛି କ୍ଷୟକ୍ଷତି ହୋଇନାହିଁ। ଯେଉଁ ସ୍ଥାନରେ ବୋମାମାଡ଼ ହୋଇଛି ସେଠାରୁ ଲୁହା କଣ୍ଟା ଓ ଗୋଡ଼ି ଆଦି ଜବତ କରାଯାଇଛି। ଖାରବେଳନଗର […]

bjp

bjp

Rakesh Mallick
  • Published: Saturday, 26 May 2018
  • Updated: 26 May 2018, 08:41 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି କଟକ ଆସି ଫେରିଯାଇଥିବା ବେଳେ ଭୁବନେଶ୍ୱର ସ୍ଥିତ ରାଜ୍ୟ ବିଜେପିର ମୁଖ୍ୟ କାର୍ଯ୍ୟାଳୟରେ ହୋଇଛି ବୋମାମାଡ଼। ଦୁଇ ଜଣ ବ୍ୟକ୍ତି ଦୁଇଟି ବୋମା ଫିଙ୍ଗି ଚମ୍ପଟ୍ ମାରିଥିଲେ। ତେବେ ପୋଲିସ୍ ସେମାନଙ୍କୁ ଗିରଫ କରି ନେଇଛି।

ଏହି ବୋମାମାଡ଼ରେ କେହି ଆହତ ହୋଇନାହାଁନ୍ତି ବା କିଛି କ୍ଷୟକ୍ଷତି ହୋଇନାହିଁ। ଯେଉଁ ସ୍ଥାନରେ ବୋମାମାଡ଼ ହୋଇଛି ସେଠାରୁ ଲୁହା କଣ୍ଟା ଓ ଗୋଡ଼ି ଆଦି ଜବତ କରାଯାଇଛି। ଖାରବେଳନଗର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତନାଘନା କରିଥିଲା।

bjp1ବିଜେପି କାର୍ଯ୍ୟାଳୟରେ ନିୟୋଜିତ ଜଣେ ସିକ୍ୟୁରିଟିଗାର୍ଡଙ୍କ କହିବା ଅନୁଯାୟୀ ଦୁଇ ଜଣ ଯାକ ବ୍ୟକ୍ତି ଚାଲି ଚାଲି ଆସିଥିଲେ। ସେମାନେ ଅଫିସ୍ ସମ୍ମୁଖରେ ଦୁଇ ତିନି ମିନିଟ୍ ଛିଡ଼ା ହୋଇଥିଲେ। ସେମାନେ ଉପସ୍ଥିତ ଦୁଇ ସୁରକ୍ଷାକର୍ମୀଙ୍କୁ ଗାଳିଗୁଳଜ କରିଥିଲେ। ତା’ପରେ ସେମାନେ କିଛି ବୁଝିବା ପୂର୍ବରୁ ଉକ୍ତ ବ୍ୟକ୍ତି ଦ୍ୱୟ ବୋମା ଫିଙ୍ଗି ଫେରାର ହୋଇଯାଇଥିଲେ। ସେମାନେ ଏକ ପଲିଥିନ୍‌ରେ ବୋମା ଧରି ଆସିଥିଲେ ବୋଲି ସୁରକ୍ଷାକର୍ମୀ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos