ଛେଳି ବେପାରୀଙ୍କ ଉପରକୁ ବୋମାମାଡ଼: ଝାମ୍ପି ନେଲେ ୩ ଲକ୍ଷ

loot

ନୟାଗଡ଼(ଓଡ଼ିଶା ରିପୋର୍ଟର): ନୟାଗଡ଼-କଣ୍ଟିଲୋ ବାଣପୁର ନିକଟରେ ପିକଅପ୍‌ ଭ୍ୟାନ୍‌ ଉପରକୁ ବୋମାମାଡ଼ କରି ୨ ଜଣ ଛେଳି ବେପାରୀଙ୍କଠାରୁ ୩ ଲକ୍ଷ ୨୦ ହଜାର ଟଙ୍କା ଲୁଟିନେଲେ ଦୁର୍ବୃତ୍ତ। ବୋମାମାଡରେ ଦୁଇ ବେପାରୀ ଆହତ ହୋଇଛନ୍ତି। ତେବେ ଜଣେ ବେପାରୀଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ପ୍ରଥମେ ନୟାଗଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ହେଲେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ  ଭୁବନେଶ୍ୱର ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

ଏହି ଦୁଇ ଛେଳି ବେପାରୀ ହେଲେ ଭୁବନେଶ୍ୱର ଝାରପଡ଼ାର ୟୁସୁବ ଖାନ୍ ଓ ମିର୍ଜାମୁଦ୍ଦିନ।  ସେମାନେ ଛେଳି କିଣିବା ପାଇଁ  ଗଣିଆ ଦଶିପୁର ହାଟକୁ ଯାଉଥିଲେ। ବାଣପୁର ନିକଟରେ ୭ରୁ ୮ ଜଣ ଦୁର୍ବୃତ୍ତ ପ୍ରଥମେ ତାଙ୍କ ଗାଡି ଉପରକୁ ବୋମାମାଡ଼ କରିଥିଲେ। ପରେ ଦୁର୍ବୃତ୍ତମାନେ ମାରାଣାସ୍ତ୍ରରେ ଆକ୍ରମଣ କରି ତାଙ୍କଠାରୁ ଟଙ୍କା ଲୁଟି ନେଥିଲେ।

Previous ArticleNext Article

Send this to a friend