ଘନ ଘନ ବୋମାମାଡ଼; ଘଟଣାସ୍ଥଳକୁ ଯାଇପାରୁନି ପୋଲିସ୍‌

ବ୍ରହ୍ମଗିରି(ଓଡ଼ିଶା ରିପୋର୍ଟର): ଜେଟି ନିର୍ମାଣକୁ କେନ୍ଦ୍ର କରି ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକର ଦୁଇ ଗାଁ ମଧ୍ୟରେ ଗୁଳି ଓ ବୋମାମାଡ଼ ହୋଇଛି। ବୋମାଡ଼ରେ ବାଘମୁଣ୍ଡାର ଗାଁର ୪ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। କିଆନାସିରେ ସରକାରୀ ଜମିରେ ନିର୍ମିତ ଜେଟିକୁ ସିପାକୁଦା ଗାଁ ଲୋକେ ବିରୋଧ କରୁଛନ୍ତି। ଏହାକୁ ନେଇ ସିପାକୁଦା ଓ ବାଘମୁଣ୍ଡା ଗାଁ ମଧ୍ୟରେ ଗୋଷ୍ଠୀ ସଂଘର୍ଷ ହୋଇଛି। ଉଭୟ ପକ୍ଷରୁ ୧୦୦ଟି ବୋମାମାଡ଼ କରାଯାଇଥିବା ଜଣାପଡ଼ିଛି। ଏହା ସହିତ ଗୁଳିମାଡ଼ ମଧ୍ୟ ହୋଇଛି। ଏଥିରେ ଉଭୟ ପଟରୁ ବୋମାମାଡ଼ ଚାଲିଥିବାରୁ ପୋଲିସ ଘଟଣାସ୍ଥଳକୁ ଯାଇପାରୁ ନାହିଁ।

 

Previous ArticleNext Article

Send this to a friend