ବମିଖାଲ ଓଭରବ୍ରିଜ୍‌ ଭୁଶୁଡିବା ଘଟଣା: ମେଡିକାଲରେ ଆହତଙ୍କୁ ଭେଟିଲେ ବୈଜୟନ୍ତ

ଭୁବନେଶ୍ୱର: ବମିଖାଲରେ ନିର୍ମାଣାଧୀନ ଓଭରବ୍ରିଜ୍‌ ଭୁଶୁଡି ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୫ରୁ ଅଧିକ ଆହତ ହୋଇଛନ୍ତି। ଆହତମାନଙ୍କୁ କ୍ୟାପିଟାଲ ଓ ଏମ୍‌ସରେ ଭର୍ତ୍ତି କରାଯାଇଛି। ବିଭିନ୍ନ ରାଜନୈତିକ ଦଳର ନେତା ମେଡିକାଲକୁ ଯାଇ ଆହତଙ୍କୁ ଭେଟୁଛନ୍ତି। କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା ମଧ୍ୟ ମେଡିକାଲରେ ଆହତଙ୍କୁ ଭେଟି ସେମାନଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି।

ଆହତଙ୍କୁ ଭେଟିବା ପରେ ସାଂସଦ ପଣ୍ଡା କହିଛନ୍ତି- “ଏହା ଏକ ଦୁଃଖଦ ଘଟଣା। ଆହତଙ୍କ ଚିକିତ୍ସା ଉପରେ ପ୍ରାଥମିକତା ଦିଆଯାଉଛି। ପଚରା ଯାଉଛି, କାହାର ଭୁଲ। ଏହା ଉପରେ ମୋର କିଛି ପ୍ରତିକ୍ରିୟା ଦେବାର ନାହିଁ। ଏତିକି କହିବି ଘଟଣାର ଯାଞ୍ଚ ହେବା ଉଚିତ ଓ ଦୋଷୀ ଦଣ୍ଡା ପାଇବା ଦରକାର।”

Previous ArticleNext Article

Send this to a friend