ବିପିୟୁଟି ୱେବସାଇଟ୍‌ ହ୍ୟାକ୍‌ ପ୍ରସଙ୍ଗ: ଖଣ୍ଡନ କଲେ କୁଳପତି

bput,,

ଭୁବନେଶ୍ୱର: ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ୱବିଦ୍ୟାଳୟ (ବିପିୟୁଟି) ୱେବସାଇଟ୍‌ ହ୍ୟାକ୍‌ ଚର୍ଚ୍ଚାକୁ କର୍ତ୍ତୃପକ୍ଷ ଖଣ୍ଡନ କରିଛନ୍ତି। ୱେବସାଇଟ୍‌ ଡେଭଲପର୍ସଙ୍କ ସହ ସମସ୍ୟା ଯୋଗୁଁ ପେଜ୍‌ ବନ୍ଦ ରହିଛି ବୋଲି ବିପିୟୁଟି କୁଳପତି ଶ୍ୟାମ ସୁନ୍ଦର ପଟ୍ଟନାୟକ କହିଛନ୍ତି।

ସେ କହିଛନ୍ତି,“ଦୀର୍ଘଦିନ ଧରି ସଂସ୍ଥାର ଟଙ୍କା ବାକି ଥିବାରୁ ୱେବସାଇଟ୍‌ ପରିଚାଳନା ଦାୟିତ୍ୱରେ ଥିବା ସଂସ୍ଥା ଏଭଳି କରିଛି। ୫ଦିନ ଭିତରେ ଟଙ୍କା ଦେଲେ ସମସ୍ୟା ସାମାଧାନର ପ୍ରତିଶ୍ରୁତି ମଧ୍ୟ ଦେଇଛି ସମ୍ପୂର୍ଣ୍ଣ ସଂସ୍ଥା। ଏଥିନେଇ ଆମେ ମଧ୍ୟ ପଦକ୍ଷେପ ନେବୁ।”

ପ୍ରଥମେ ୱେବସାଇଟ୍‌ ହ୍ୟାକ୍ ନେଇ ଗଣ ମାଧ୍ୟମରେ ପ୍ରକାଶ ପାଇଥିଲା। ୱେବ୍‌ସାଇଟ ଖୋଲିଲେ ଆଇଆଇ ଏସ୍‌ସେଭେନ୍‌ ଲୋଗୋ ସହ ବିଭିନ୍ନ ଭାଷାରେ ଲେଖା ରହିଛି।

Previous ArticleNext Article

Send this to a friend