ଓଭରଟେକ୍ କରୁଥିଲେ, ସାମ୍ନାରୁ କୁଟିଦେଲା ଟ୍ରକ୍‌

ସୁନ୍ଦରଗଡ଼(ବିଜୟ ବରୁଆ) ସୁନ୍ଦରଗଡ଼ ଜିଲ୍ଲା ତଲସରା ଥାନା ଅନ୍ତର୍ଗତ ବାଲିଶଙ୍କରା ବ୍ଲକ୍‌ କାର୍ଯ୍ୟାଳୟ ନିକଟରେ ଥିବା ଏକ ପୋଲରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ଭାଇଉଉଣୀଙ୍କ ମୃତ୍ୟୁ ଘଟିଛି। ସୂଚନାଅନୁସାରେ, ତେଲିଯୋର ଗାଁର ମାନସ ବଚ୍ଛା (୧୪) ଓ ତାଙ୍କ ବଡ଼ ଭଉଣୀ ଅଞ୍ଜଳି ଏକ ବାଇକ୍ ଯୋଗେ ସୁନ୍ଦରଗଡ଼ ଆସୁଥିଲେ। ସଂକୀର୍ଣ୍ଣ ପୋଲ ଥିବାରୁ ବସ୍‌ଟି ସାମ୍ନାରୁ ଆସୁଥିବା ବେଳେ ଏକ ଟ୍ରକ୍‌କୁ ପାସ୍‌ ଦେବା ପାଇଁ ବସ୍‌ଟି ଅଟକିଥିଲା। ସେହି ସମୟରେ  ଦୁଇ […]

accident

accident

Rakesh Mallick
  • Published: Sunday, 27 May 2018
  • Updated: 27 May 2018, 11:43 AM IST

Sports

Latest News

ସୁନ୍ଦରଗଡ଼(ବିଜୟ ବରୁଆ) ସୁନ୍ଦରଗଡ଼ ଜିଲ୍ଲା ତଲସରା ଥାନା ଅନ୍ତର୍ଗତ ବାଲିଶଙ୍କରା ବ୍ଲକ୍‌ କାର୍ଯ୍ୟାଳୟ ନିକଟରେ ଥିବା ଏକ ପୋଲରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ଭାଇଉଉଣୀଙ୍କ ମୃତ୍ୟୁ ଘଟିଛି।

ସୂଚନାଅନୁସାରେ, ତେଲିଯୋର ଗାଁର ମାନସ ବଚ୍ଛା (୧୪) ଓ ତାଙ୍କ ବଡ଼ ଭଉଣୀ ଅଞ୍ଜଳି ଏକ ବାଇକ୍ ଯୋଗେ ସୁନ୍ଦରଗଡ଼ ଆସୁଥିଲେ। ସଂକୀର୍ଣ୍ଣ ପୋଲ ଥିବାରୁ ବସ୍‌ଟି ସାମ୍ନାରୁ ଆସୁଥିବା ବେଳେ ଏକ ଟ୍ରକ୍‌କୁ ପାସ୍‌ ଦେବା ପାଇଁ ବସ୍‌ଟି ଅଟକିଥିଲା। ସେହି ସମୟରେ  ଦୁଇ ଭାଇ ଭଉଣୀ ବସ୍‌କୁ ଓଭର ଟେକ୍‌ କରୁଥିବା ବେଳେ ସାମ୍ନା ପଟୁ ଆସୁଥିବା ଟ୍ରକ୍‌ ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଘଟଣାସ୍ଥଳରେ ଉଭୟଙ୍କର ମୃତ୍ୟୁ ଘଟିଛି।

ଏହି ଦୁର୍ଘଟଣା ପରେ ଉତ୍ତେଜନା ପ୍ରକାଶ ପାଇଥିଲା। ସ୍ଥାନୀୟ ଲୋକେ ପୋଲ ସମ୍ପ୍ରସାରଣ ଦାବି କରି ରାସ୍ତା ଅବରୋଧ କରିଥିଲେ। ଖବର ଲେଖାଯିବା ବେଳକୁ ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଥିବା ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos