ଭାଙ୍ଗିଗଲା ନିର୍ମାଣାଧୀନ କୋଠାର ତାଜା: ଅଳ୍ପକେ ବର୍ତ୍ତିଲେ ଛାତ୍ରଛାତ୍ରୀ

ଜୟପୁର(ଓଡ଼ିଶା ରିପୋର୍ଟର): କୋରାପୁଟ ଜିଲ୍ଲା ଜୟପୁର ବ୍ଲକ ରଣ୍ଡାପାଲି ସରକାରୀ ପଲିଟେକନିକ କଲେଜର ନିର୍ମାଣାଧୀନ କୋଠାର ତାଜା ଖସି ପଡ଼ିଛି। ସୌଭାଗ୍ୟବଶତଃ ଏହି ତାଜା ତଳେ କେହି ନ ଥିଲେ। ତେଣୁ ଏକ ବଡ଼ ଅଘଟଣରୁ ବର୍ତ୍ତି ଯାଇଛନ୍ତି ଛାତ୍ରଛାତ୍ରୀ। ହେଲେ ତାଜା ତଳେ ଥିବା ଅନେକ ଗାଡ଼ି ଭାଙ୍ଗି ଚୁରମାର ହୋଇଯାଇଛି।

ପ୍ରାଶାସନିକ ଭବନର ଉପର ବ୍ଲକ ନିର୍ମାଣରେ ଠିକା ସଂସ୍ଥା ନିମ୍ନମାନର କାମ କରିଥିବା ଅଭିଯୋଗ କରିଛନ୍ତି ଛାତ୍ରଛାତ୍ରୀ ଓ କଲେଜ କର୍ତ୍ତୃପକ୍ଷ। ଖବର ପାଇ ଆମ୍ବାଗୁଡ଼ା ପୋଲିସ, ରାସ୍ତା ଓ ଗୃହ ନିର୍ମାଣ ବିଭାଗ ଏସ୍‌ଡିପିଓ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ।  ଠିକା ସଂସ୍ଥା ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହଯାଇଛି।

Previous ArticleNext Article

Send this to a friend