ମୁଖ୍ୟମନ୍ତ୍ରୀଙ୍କ ବାଟ ଓଗାଳିଲା ଷଣ୍ଢ; କାର୍‌କେଡ୍ ଭିତରକୁ ପଶି ଆସିଲା

chiefminister

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କୁନ୍ଦୁଲି ଘଟଣାକୁ ନେଇ ଆଜି ସାରା ରାଜ୍ୟରେ ବିଜେପି ହରତାଳ କରୁଥିବା ବେଳେ କଂଗ୍ରେସ ୧୨ ଘଣ୍ଟିଆ ବନ୍ଦ ପାଳନ କରୁଛି। ଏହା ସତ୍ତ୍ୱେ ମୁଖ୍ୟମନ୍ତ୍ରୀ ସଚିବାଳୟ ଯାଇଥିଲେ। କଡ଼ା ସୁରକ୍ଷା ମଧ୍ୟରେ ସେ ସଚିବାଳୟ ଯାଇଥିଲେ। ଗଲା ବେଳେ କେହି ତାଙ୍କ ପଥ ଅବରୋଧ କରି ନଥିଲେ। କିନ୍ତୁ ସଚିବାଳୟରୁ ନବୀନ ନିବାସ ଫେରିବା ବାଟରେ ହୋଇଥିଲା ବିଭ୍ରାଟ। କ୍ୟାପିଟାଲ୍ ହସ୍‌ପିଟାଲ୍ ନିକଟରେ ଏକ ଷଣ୍ଢ ତାଙ୍କ କାର୍‌କେଡ୍ ଭିତରକୁ ପଶି ଆସିଥିଲା। ଷଣ୍ଢଟି ପୂରା ମୁଖ୍ୟମନ୍ତ୍ରୀଙ୍କ କାର ଆଗକୁ ଚାଲି ଯାଇଥିଲା। ଷଣ୍ଢକୁ ଘଉଡ଼ାଇବା ପରେ ମୁଖ୍ୟମନ୍ତ୍ରୀ ନବୀନ ନିବାସକୁ ଫେରିଥିଲେ।

Previous ArticleNext Article

Send this to a friend