ସିଂହ ସଫାରୀରେ ବସ୍‌ର ବାଲାନ୍ସ ଫେଲ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନନ୍ଦନକାନନ ପ୍ରାଣୀ ଉଦ୍ୟାନ ପରିସରରେ ଆଜି ପୁଣି ଏକ ଅଘଟଣ ଘଟିଛି। ସିଂହ ସଫାରୀରୁ ବାହାରିବା ବେଳେ ଏକ ବସ୍‌ ପର୍ଯ୍ୟଟକଙ୍କ ଉପରେ ମାଡ଼ି ଯାଇଥିଲା। ଫଳରେ ୪ ଜଣ ପର୍ଯ୍ୟଟକ ଆହତ ହୋଇଛନ୍ତି। ସେମାନଙ୍କୁ ଏକ ଘରୋଇ ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ସମସ୍ତ ଆହତଙ୍କ ଘର ଖୋର୍ଦ୍ଧା ଜିଲ୍ଲା ମହୁରିଆ ଗାଁର ବୋଲି ଜଣାପଡ଼ିଛି।

ଆଜି ଅପରାହ୍ନ ସାଢ଼ ୨ଟାରୁ ୩ ଟା ବେଳେ ବସ୍‌ଟି ସିଂହ ସଫାରୀରୁ ବାହାରୁ ଥିଲା। କୌଣସି କାରଣରୁ ବସ୍‌ଟି ଭାରସାମ୍ୟ ହରାଇ ପ୍ରାଣୀ ଉଦ୍ୟାନ ଭିତରେ ବୁଲୁଥିବା ପର୍ଯ୍ୟଟକଙ୍କ ଉପରେ ମାଡ଼ି ଯାଇଥିଲା। ଫଳରେ ୪ ଜଣ ଆହତ ହୋଇଥିଲେ। ମାତ୍ର ବସ୍‌ ଭିତରେ ଥିବା ୨୦ରୁ ୨୫ ଜଣ ପର୍ଯ୍ୟଟକ ସୁରକ୍ଷିତ ଅଛନ୍ତି।

ସୂଚନାରୁ ପ୍ରକାଶ, କିଛି ଦିନ ତଳେ ସିଂହ ସଫାରୀ ଭିତରେ ଏକ ବସ୍‌ କାଦୁଅ ଭିତରେ ଫସି ଯାଇଥିଲା। ପରେ ଅନ୍ୟ ଏକ ବସ୍‌ରେ ସମସ୍ତ ପର୍ଯ୍ୟଟକଙ୍କୁ ଉଦ୍ଧାର କରାଯାଇଥିଲା।

Previous ArticleNext Article

Send this to a friend