ଆଜି ବି ବ୍ରହ୍ମପୁରରେ ବସ୍‌ ଚଳାଚଳ ବନ୍ଦ

ବ୍ରହ୍ମପୁର(ଜଗନ୍ନାଥ ସାହୁ): ଆଜି ବି ବ୍ରହ୍ମପୁରରେ ବନ୍ଦ ରହିଛି ବସ୍ ଚଳାଚଳ। ଗତକାଲି ଜିଲ୍ଲା ପ୍ରଶାସନ ଓ ଗଞ୍ଜାମ ଜିଲ୍ଲା ଘରୋଇ ବସ୍ ମାଲିକ ସଂଘ ମଧ୍ୟରେ ହୋଇଥିବା ବୈଠକ ବିଫଳ ହୋଇଛି। ଫଳରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ବ୍ରହ୍ମପୁରରେ ବସ୍ ଚଳାଚଳ ବନ୍ଦ ରଖିବାକୁ ସଂଘ ନିଷ୍ପତ୍ତି ନେଇଛି। ବ୍ରହ୍ମପୁରରେ ଥିବା ବସ୍‌ଷ୍ଟାଣ୍ଡକୁ ହଳଦିଆପଦର ଟର୍ମିନାଲକୁ ସ୍ଥାନାନ୍ତରକୁ ବସ୍ ମାଲିକ ସଂଘ ଜୋରଦାର ବିରୋଧ କରି  ଏହି ବନ୍ଦ ଡାକରା  ଦେଇଛି। ପୂର୍ବରୁ ପ୍ରଶାସନ ନିଷ୍ପତ୍ତି […]

berhampur

berhampur

Rakesh Mallick
  • Published: Monday, 02 July 2018
  • Updated: 02 July 2018, 10:08 AM IST

Sports

Latest News

ବ୍ରହ୍ମପୁର(ଜଗନ୍ନାଥ ସାହୁ): ଆଜି ବି ବ୍ରହ୍ମପୁରରେ ବନ୍ଦ ରହିଛି ବସ୍ ଚଳାଚଳ। ଗତକାଲି ଜିଲ୍ଲା ପ୍ରଶାସନ ଓ ଗଞ୍ଜାମ ଜିଲ୍ଲା ଘରୋଇ ବସ୍ ମାଲିକ ସଂଘ ମଧ୍ୟରେ ହୋଇଥିବା ବୈଠକ ବିଫଳ ହୋଇଛି। ଫଳରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ବ୍ରହ୍ମପୁରରେ ବସ୍ ଚଳାଚଳ ବନ୍ଦ ରଖିବାକୁ ସଂଘ ନିଷ୍ପତ୍ତି ନେଇଛି। ବ୍ରହ୍ମପୁରରେ ଥିବା ବସ୍‌ଷ୍ଟାଣ୍ଡକୁ ହଳଦିଆପଦର ଟର୍ମିନାଲକୁ ସ୍ଥାନାନ୍ତରକୁ ବସ୍ ମାଲିକ ସଂଘ ଜୋରଦାର ବିରୋଧ କରି  ଏହି ବନ୍ଦ ଡାକରା  ଦେଇଛି।

ପୂର୍ବରୁ ପ୍ରଶାସନ ନିଷ୍ପତ୍ତି ହୋଇଥିଲା ଯେ, ଜାତୀୟ ରାଜପଥ ସହ ସଂଯୁକ୍ତ ଥିବା ଅଞ୍ଚଳ ଯଥା-ପୁରୁଷୋତ୍ତମପୁର, ଖଲ୍ଲିକୋଟ, ଛତ୍ରପୁର, ଭୁବନେଶ୍ୱର ଓ କଟକ ବସ୍‌ ଗୁଡ଼ିକ ହଳଦିଆପଦର ଟର୍ମିନାଲରୁ ଚଳାଚଳ କରିବ। ତେବେ ବସ୍ ରୁଟ୍ ବିବାଦ ଓ ରୋଡ୍ ପରମିଟ୍ ଟ୍ୟାକ୍ସକୁ ନେଇ କୌଣସି ଆଲୋଚନା ହୋଇ ନଥିବା ଅଭିଯୋଗ କରି ହଠାତ୍ ବସଷ୍ଟାଣ୍ଡ ସ୍ଥାନାନ୍ତରକୁ ବିରୋଧ କରୁଛନ୍ତି ବସ୍ ମାଲିକ ସଂଘ। ଫଳରେ ଭୁବନେଶ୍ୱର, କଟକ, ଛତ୍ରପୁର ଓ ଆସିକାକୁ ବସ୍ ଚଳାଚଳ ବନ୍ଦ ଅଛି। ଫଳରେ ଯାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos