ସାଂଘାତିକ ଲୋକ: ବ୍ୟବସାୟ ଚିଙ୍ଗୁଡି, କିନ୍ତୁ ଘରୁ ମିଳିଲା ବନ୍ଧୁକ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବେଆଇନ ବନ୍ଧୁକ ଓ ଗୁଳି ରଖିବା ଅଭିଯୋଗରେ ରାଜଧାନୀରୁ ଚିଙ୍ଗୁଡି ବ୍ୟବସାୟୀ ରବୀନ୍ଦ୍ର ମହାନ୍ତି ଗିରଫ। ରାଜଧାନୀର ମଞ୍ଚେଶ୍ୱର ଅଞ୍ଚଳରେ ଋଣ ଖିଲାପକାରୀଙ୍କ ଘର ସିଜ୍ ବେଳେ ଠାବ ହୋଇଛି ଏହି ବନ୍ଧୁକ ଓ ଗୁଳି। ୨୭ ଲକ୍ଷ ଟଙ୍କା ଋଣ ପରିଶୋଧ ହୋଇନଥିବାରୁ ପୋଲିସ ଉପସ୍ଥିତିରେ ଚାଲିଥିଲା ଏହି ଜବତ ପ୍ରକ୍ରିୟା।

ପ୍ରଦୀପ ସୁବୁଦ୍ଧି ନାମକ ଜଣେ ବ୍ୟକ୍ତି ବ୍ୟାଙ୍କରୁ ଋଣ ନେଇ ଘର କରିଥିଲେ। ମାତ୍ର ବ୍ୟାଙ୍କ ଋଣ ପରିଶୋଧ କରୁନଥିଲେ। ସେହି ଘରେ ଦୀର୍ଘ ୨୧ ବର୍ଷ ଧରି ରହିଆସୁଥିଲେ ଚିଙ୍ଗୁଡି ବ୍ୟବସାୟୀ ରବିନ୍ଦ୍ର। ତେବେ ଆଜି ଉକ୍ତ ଘର ସିଜ୍‌ ଚାଲିଥିବା ବେଳେ ବନ୍ଧୁକ ମିଳିଥିଲେ। ରବୀନ୍ଦ୍ର ଚୋରା ବନ୍ଧୁକ ଓ ଗୁଳି ରଖିବା ପଛରେ କ’ଣ ରହିଛି କାରଣ, ସେନେଇ ଛାନଭିନ୍‌ କରୁଛି କମିଶନରେଟ୍ ପୋଲିସ।

ଭୁବନେଶ୍ୱର ଡିସିପି ସତ୍ୟବ୍ରତ ଭୋଇ କହିଛନ୍ତି-“ଗୋଟିଏ ବନ୍ଧୁକ ଓ ୫ଟି ଗୁଳି ଜବତ କରାଯାଇଛି। ଏବେ ଘଟଣାର ତଦନ୍ତ ଚାଲିଛି।”

ଏନ୍‌ଫୋର୍ସମେଣ୍ଟ ଅଧିକାରୀ କେଶବ ଚନ୍ଦ୍ର ପଣ୍ଡା କହିଛନ୍ତି-“ଘର ଜବତ କରିବାକୁ ଯାଇଥିଲୁ। ତେବେ ଘର ଭିତରେ ଏକ ବ୍ୟାଗରେ ବନ୍ଧୁକ ଦେଖି ପୋଲିସକୁ ଖବର ଦେଇଥିଲୁ। ପୋଲିସ ବନ୍ଧୁକଟିକୁ ଜବତ କରିଥିଲା।”

ଧମକଚମକ ଦେଉଥିଲା, ପୋଲିସ ଜବତ କଲା ନକଲି ବନ୍ଧୁକ

ନକଲି ବନ୍ଧୁକ ଜନିତ ମାମଲା ରାଜଧାନୀରେ ବଢି ଚାଲିଛି। ଏହା ଏବେ ପୋଲିସର ଚିନ୍ତା ବଢ଼ାଇ ଦେଇଛି। ଖାରବେଳ ନଗର ଅଞ୍ଚଳରେ ଅଟୋ ଚାଳକଙ୍କୁ ନକଲି ବନ୍ଧୁକରେ ଧମକ ଦେବା ଅଭିଯୋଗରେ ଜଣେ ବ୍ୟବସାୟୀଙ୍କୁ ପୋଲିସ ଅଟକ ରଖିଛି। ସମ୍ପୃକ୍ତ ବ୍ୟବସାୟୀ ବ୍ୟବହାର କରୁଥିବା କାରକୁ ପୋଲିସ ନକଲି ବନ୍ଧୁକ ଜବତ କରିଛି। ତେବେ ନକଲି ବନ୍ଧୁକ ରଖିବା ପଛର ରହସ୍ୟ ଓ ଏହାର ଅପବ୍ୟବହାର ନେଇ ପଚରା ଉଚରା କରୁଛି ପୋଲିସ।

Previous ArticleNext Article

Send this to a friend